ଶିମଲାରେ ଅମାନିଆଙ୍କୁ ୮ ଦିନ ଜେଲ


ସତ୍ୟଶିଖା(ଶିମଲା) ୧୦.୦୭.୨୦୨୧: ଦେଶରେ କରୋନାର ଦ୍ୱିତୀୟ ଲହରି ଏବେ ସୁଦ୍ଧା ଥମିନାହିଁ । ଏଭଳି ସ୍ଥିତିରେ ଲୋକମାନେ କିନ୍ତୁ ହିମାଚଳ ପ୍ରଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଭିଡ ଜମାଇଛନ୍ତି । ତାଙ୍କୁ ଦୃଷ୍ଟିରେ ରଖି ମନାଲି ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ସେ ଅନୁସାରେ କୋଭିଡ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ହେବ । କିମ୍ବା ସେମାନଙ୍କୁ ଜେଲରେ ୮ ଦିନ ପର୍ଯ୍ୟନ୍ତ ରହିବାକୁ ପଡ଼ିପାରେ । ସୋସିଆଲ ମିଡିଆରେ ମନାଲିରେ ପର୍ଯ୍ୟଟକଙ୍କ ଭିଡ ସମ୍ପର୍କିତ ଫଟୋ ଓ ଭିଡିଓ ପ୍ରସାରିତ ହେବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି କୁଲ୍ଲୁର ଏସପି ଗୁରୁଦେବ ଶର୍ମା ବିଗତ ୭ ଦିନ ମଧ୍ୟରେ ୩ ଲକ୍ଷ ଚାଲାଣ କଟାଯାଇସାରିଥିବା ସୂଚନା ଦେଇଛନ୍ତି । ସୂଚନା ଥାଉ କି, ମନାଲି ବ୍ୟତୀତ ହିମାଚଳପ୍ରଦେଶର ସିମଲା, ଧର୍ମଶାଳା, ଡେଲହାଉସୀ ଓ ଅନ୍ୟ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ ଜମାଉଛନ୍ତି । ଜୁନ ମାସ ଆରମ୍ଭରୁ ମାସକ ମଧ୍ୟରେ ରାଜ୍ୟରେ ପ୍ରାୟ ୬-୭ ଲକ୍ଷ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।