ରାଜ୍ୟ

ଆଖି ବୁଜିଲେ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଗଞ୍ଜାମ ଜିଲ୍ଲାର ୫୨ ବର୍ଷୀୟ ବ୍ୟକ୍ତି ହୋଇଥିବା ବେଳେ ସେ ପୂର୍ବରୁ କ୍ୟାନସରରେ ଆକ୍ରାନ୍ତ ଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ

ପୂର୍ବରୁ ରାଜ୍ୟରେ କରୋନା ଯୋଗୁ ମୃତ୍ୟୁ ସଂଖ୍ୟା ୨୫ ଥିବା ବେଳେ ଏବେ ଏହି ସଂଖ୍ୟା ୨୬ ଛୁଇଁଛି। ଗତକାଲି ଗଞ୍ଜାମର ୨ ମହିଳା କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଥିଲେ।  ଗତ ସୋମବାର ମଧ୍ୟ ଗଞ୍ଜାମ ଜିଲ୍ଲାର ୨ ବ୍ୟକ୍ତିଙ୍କର କରୋନା ଯୋଗୁ ମୃତ୍ୟୁ ଘଟିଥିଲା। ପୂର୍ବରୁ ଗଞ୍ଜାମରେ କରୋନା ଯୋଗୁ ମୃତ୍ୟୁ  ସଂଖ୍ୟା ୧୪ ଥିବା ବେଳେ ଏବେ ଏହି ସଂଖ୍ୟା ୧୫ରେ ପହଞ୍ଚିଛି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ରେ ପହଞ୍ଚିଛି। ସେଥିମଧ୍ୟରୁ ୫୧୮୯ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୦୯୪ଟି ଆକ୍ଟିଭ କେସ୍‌ ରହିଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button