ଆଉ ୮୫ ବିଏସଏଫ ଯବାନ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଏବେ ଦେଶର ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାରେ ଲାଗିଛି। ପ୍ରଥମେ ପୁଲିସ ପରେ ସିଆରପିଏଫ ଯବାନଙ୍କୁ ଆକ୍ରାନ୍ତ କରିଥିବା କରୋନା ଏବେ ବିଏସଏଫ ଯବାନଙ୍କୁ ନିଜ ପଞ୍ଝାରେ ଅକ୍ତିଆର କରିବାରେ ଲାଗିଛି।

ଆହୁରି ପଢ଼ନ୍ତୁ

ଆଜି ବିଏସଏଫର ଆଉ ୮୫ ଜଣ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ବିଏସଏଫର ୧୫୪ ଜଣ ଯବାନ କରୋନାରେ ଆକ୍ରାନ୍ତ ହେଲେଣି। ଆକ୍ରାନ୍ତଙ୍କ ମଧ୍ୟରୁ ୬୦ରୁ ଅଧିକ ଯବାନ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜାମିଆ ଓ ଚାନ୍ଦିନୀ ମହାଲାରେ ମୁତୟନ ହୋଇଥିଲେ।

ସେହିପରି ୬ ଜଣ ଯବାନ ପଶ୍ଚିମବଙ୍ଗକୁ କୋଭିଡ-୧୯ ସ୍ଥିତର ସମୀକ୍ଷା ପାଇଁ ଯାଇଥିବା ମନ୍ତ୍ରିସ୍ତରୀୟ ଟିମ୍‌ର ଏସ୍କର୍ଟ ଟିମ୍‌ରେ ରହିଥିଲେ। ୩୭ ଜଣ ଆକ୍ରାନ୍ତ ତ୍ରିପୁରାରେ ମୁତୟନ ଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ।

[ad_2]
Exit mobile version