ଭୁବନେଶ୍ୱର(ସତ୍ୟଶିଖା): ଜଗତସିଂହପୁର ଜିଲ୍ଲାରେ ପାଦ ଥାପିଲା ‘କରୋନା’। ଆଜି ୪ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ଜଣେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ରେ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ସେମାନଙ୍କ ଟ୍ରାଭେଲ୍ ହିଷ୍ଟୋରୀ ଯାଞ୍ଚ କରୁଛି।
ଜତସିଂହପୁର ଜିଲ୍ଲାରୁ ଚିହ୍ନଟ ୪ ଆକ୍ରାନ୍ତ ହେଉଛନ୍ତି ପୁରୁଷ। ସେମାନଙ୍କ ଭୟସ ୨୬, ୩୨, ୩୦ ଓ ୪୭ ବର୍ଷ। ସେମାନେ ସୁରତରୁ ଫେରି କ୍ୱାରେଣ୍ଟାଇନ୍ରେ ରହିଥିଲେ। ପରେ ତାଙ୍କର ରକ୍ତ ଓ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ସେମାନଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହୋଇଛି। ଏବେ ସେମାନଙ୍କୁ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପୂର୍ବରୁ ଜଗତସିଂହପୁର ଗ୍ରୀନ୍ ଜୋନ୍ରେ ରହିଛି।
4th Health Update, 6th May
Four positive cases in Jagatsinghpur
26 yr Male, 32 yr Male, 30 yr Male & 47 yr Male
(Surat returnees. In quarantine)One positive case in Kendrapara
60 yr Male
Kolkata returneeContact tracing & follow-up action is being done.
Total Case: 185
— I & PR Department, Odisha (@IPR_Odisha) May 6, 2020
ଆହୁରି ପଢ଼ନ୍ତୁ
ସେହିପରି ଅରେଞ୍ଜ ଜୋନରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କର ବୟସ ୬୦ ବର୍ଷ ପୁରୁଷ। ସେ କୋଲକାତାରୁ ଫେରିଥିବା ଜଣାପଡ଼ିଛି। ତେବେ କାହା ସଂସ୍ପର୍ଶରେ ସେ ଆସିଛନ୍ତି, ତାହା ଜଣାପଡ଼ି ନାହିଁ। ଜିଲ୍ଲା ପ୍ରଶାସନ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରୁଛି।
ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟ ୧୮୫ରେ ପହଞ୍ଚିଛି। ସେଥିରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୨ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ରହିଛନ୍ତି। ଏବେ ଚିହ୍ନଟ ହେଉଥିବା ‘କରୋନା’ ଆକ୍ରାନ୍ତଙ୍କର କୋଲକାତା ଓ ସୁରତ ଲିଙ୍କ ରହିଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି।
[ad_2]