ଆଉ ୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଯାଜପୁର ଜିଲ୍ଲାର


ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ ଯାଜପୁର ଜିଲ୍ଲାର। ଏମାନଙ୍କୁ ମିଶାଇ ଜିଲ୍ଲାରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ମାତ୍ର ସେମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଜଣାପଡ଼ିନାହିଁ। ଏପରିକି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ବା ସ୍ୱାସ୍ଥ୍ୟ ବିଭାଗ ଏନେଇ କୌଣସି ଦେଇନାହାନ୍ତି।
#ପୁଣି_୫_ପଜିଟିଭ
ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ
ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ସୂଚନା ଦେଲା ଜିଲ୍ଲା ପ୍ରଶାସନ
ନୂଆ ୫ ଆକ୍ରାନ୍ତ ଚିହ୍ନଟ ପରେ ଯାଜପୁରର ମୋଟ ଆକ୍ରାନ୍ତ ସଂଖ୍ୟା ୧୭ରେ ପହଞ୍ଚିଲା— Jajpur District Admn (@JajpurAdmn) April 25, 2020
ଆହୁରି ପଢ଼ନ୍ତୁ
ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ‘କରୋନା’ ସଂଖ୍ୟା ବୃଦ୍ଧିକୁ ଦେଖି ରାଜ୍ୟ ସରକାର ୬୦ ଘଣ୍ଟିଆ ସଟ୍ଡାଉନ୍ ଘୋଷଣା କରିଥିଲେ। ଏହାର ଅବଧି ଆସନ୍ତାକାଲି ସକାଳ ୧୦ଟାରେ ସରୁଛି। ଏହି ସମୟ ଭିତରେ ‘କରୋନା’ ଚିହ୍ନଟ ଅଞ୍ଚଳକୁ ସିଲ୍ କରାଯାଇ ସାନିଟାଇଜ୍ କରାଯାଇଛି। ଏପରିକି ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ତେବେ ଆଜି ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଯାଜପୁର ଜିଲ୍ଲା ପ୍ରଶାସନ ଆଗାମୀ ରଣନୀତି ପରବର୍ତ୍ତୀ ସମୟରେ ଜଣାପଡ଼ିବ।
ତେବେ ରାଜ୍ୟସ୍ତରୀୟ ସୂଚନାକୁ ଦେଖିଲେ, ‘କରୋନା’ରେ ଆଜି ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୪ ଜଣ ସୁସ୍ଥ ଘରକୁ ଫେରିଥିବା ବେଳେ ୬୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ଅଛନ୍ତି। ରାଜ୍ୟରେ ‘କରୋନା’ ଆୟତ୍ତରେ ଥିବା ବେଳେ ପଶ୍ଚିମବଙ୍ଗ ଫେରନ୍ତା ସରକାରଙ୍କ ଚିନ୍ତା ବଢ଼ାଇଥିଲା। ସେଥିପାଇଁ ରାଜ୍ୟ ସରକାର ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ସଦ୍ୟତମ ବିଏସ୍ଏନ୍ଏଲ୍ ମୋବାଇଲ୍ ଟ୍ରାକିଂ ତଥ୍ୟ ଅନୁସାରେ ରାଜ୍ୟରେ ବର୍ତ୍ତମାନ ୨୯୦୦ରୁ ଅଧିକ ଲୋକ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି। ଏଥିରେ ଯାଜପୁରରେ ୭୦୦ରୁ ଅଧିକ ଲୋକ ଅଛନ୍ତି। ଏବେ ସେମାନଙ୍କୁ ଉଦ୍ଧାର କରି କ୍ୱାରେଣ୍ଟାଇନ୍ରେ ରଖିବା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି।
[ad_2]