ଆଉ ୪୩ ‘କରୋନା’ ଆକ୍ରାନ୍ତ ସୁସ୍ଥ: କେଉଁ ଜିଲ୍ଲାରେ କେତେ ପଢ଼ନ୍ତୁ


ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୪୩ ଜଣ ‘କରୋନା’ ଆକ୍ରାନ୍ତ ସୁସ୍ଥ ହେଲେ। ସେମାନଙ୍କ ଭିତରେ ଅନୁଗୋଳରୁ ୧୫, ଗଞ୍ଜାମ, ରାଉରକେଲା ଓ ଯାଜପୁରରୁ ୮ ଜଣ ଲେଖାଏଁ ଏବଂ ପୁରୀ, କେନ୍ଦ୍ରାପଡ଼ା, କଟକ ଓ ବୌଦ୍ଧରୁ ଜଣେ ଲେଖାଏଁ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
Another 43 #Covid19 patients have recovered and are being discharged.
15 are from Angul,
8 each are from Ganjam, Rourkela and Jajpur, and
1 each from Puri, Kendrapara, Cuttack and Boudh.The total recovered cases of Odisha now stand at 436.
— H & FW Dept Odisha (@HFWOdisha) May 22, 2020
ଆହୁରି ପଢ଼ନ୍ତୁ
ଆଜି ୮୬ ଜଣ ‘କରୋନା’ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସର୍ବାଧିକ ଅଛନ୍ତି ଯାଜପୁର ଜିଲ୍ଲାର। ଏଠାରେ ଆଉ ୪୬ ଜଣ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଆଉ ୧୧ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ରୁ ୬, ଗଞ୍ଜାମରୁ ୫, ବାଲେଶ୍ୱରରୁ ୩, ଭଦ୍ରକରୁ ୩, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୩, ପୁରୀରୁ ୩, ବଲାଙ୍ଗିରରୁ ୨ ଓ ସୁନ୍ଦରଗଡ଼ରୁ ଜଣେ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ରେ ପହଞ୍ଚିଛି।
୧୧୮୯ କରୋନା ଆକ୍ରାନ୍ତ ଭିତରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୩୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୭୪୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଛନ୍ତି।
[ad_2]