ଆଉ ୩୦ ବିଏସଏଫ୍ ଯବାନ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଶୁକ୍ରବାର ପୁଣି ୩୦ ଜଣ ବିଏସଏଫ୍ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ୩୦ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ୨୦୦ରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି। ଶୁକ୍ରବାର ଚିହ୍ନଟ ହୋଇଥିବା ୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଦିଲ୍ଲୀର ଏବଂ ୨୪ ଜଣ ତ୍ରିପୁରାର। ୩୦ ଆକ୍ରାନ୍ତଙ୍କୁ ଦିଲ୍ଲୀ ଏମ୍ସ, ଆଇଜର ଏବଂ ଅଗରତାଲା ଜିବି ପନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୋଟ୍ ଉପରେ ୨୨୦ ଜଣ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀ ପୁଲିସ ସହିତ କରୋନା ଡ୍ୟୁଟି କରୁଥିବା ବେଳେ ବିଏସଏଫ ଯବାନମାନେ ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ରହିଛି। ତ୍ରିପୁରାରେ ବିଏସଏଫର ୨୪ ଜଣ ଯବାନ କରୋନାରେ ସଂକ୍ରମିତ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ

୫ ଦିନ ତଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଥିଲା। ଏବେ ଏହି ସଂଖ୍ୟା ୮୬ରେ ପହଞ୍ଚିଛି ବୋଲି ଗୁରୁବାର ଟୁଇଟ୍ କରି କହିଥିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ୍।

ସୂଚନାଯୋଗ୍ୟ, ରାଜ୍ୟରେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଉ ନାହାନ୍ତି। ସମସ୍ତ ଆକ୍ରାନ୍ତ ବିଏସଏଫ ଯବାନ। ବିଏସଏଫର ୧୩୮ ଏବଂ ୮୬ ବାଟାଲିଅନ୍ କରୋନାରେ ଅଧିକ ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ବୁଧବାର ବିଏସଏଫର ୨୨ ଯବାନ କରୋନାରେ ସଂକ୍ରମିତ ହୋଇଥିଲେ।



[ad_2]

Exit mobile version