ଆଉ ୨୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସେମାନେ କେଉଁ ଜିଲ୍ଲାରେ ପଢ଼ନ୍ତୁ


ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ ଆଉ ୨୪ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଘର ଗଞ୍ଜାମ ଜିଲ୍ଲାରେ। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦ରେ ପହଞ୍ଚିଛି। କେବଳ ଗଞ୍ଜାମ ଜିଲ୍ଲାରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି। ଏନେଇ କୋଭିଡ୍ ୱେବ୍ସାଇଟ୍ରେ ପ୍ରକାଶ ପାଇଛି। ଏପରିକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରିଛି।
ଆଜି ସକାଳେ ଗଞ୍ଜାମ ଜିଲ୍ଲାରୁ ୧୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନେ ସମସ୍ତେ ସୁରତ ଫେରନ୍ତା ଥିଲେ। ସେମାନଙ୍କୁ ଏବେ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନରେ ଆଉ ୨୪ ‘କରୋନା’ ଚିହ୍ନଟ ହୋଇଛନ୍ତି। ସମସ୍ତେ ସୁରତ ଫେରନ୍ତା।
4th Health Update, 8th May
24 New Positive Cases in Ganjam
(All Surat returnees)
Contact tracing and follow-up action is being done.— I & PR Department, Odisha (@IPR_Odisha) May 8, 2020
ଆହୁରି ପଢ଼ନ୍ତୁ
ସୂଚନାରୁ ପ୍ରକାଶ, ମହାମାରୀ ‘କରୋନା’ରେ ଆଜି ସୁଦ୍ଧା ୨୭୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୩ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏବେ ୨୦୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ତେବେ ଗ୍ରୀନ୍ ଜୋନ୍ରେ ଥିବା ଗଞ୍ଜାମ ଏବେ ରେଡ୍ ଜୋନ୍କୁ ଆସିଛି। ୭୧ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି।
ଆଜି ସୁଦ୍ଧା ଗଞ୍ଜାମରେ ୭୧, ଯାଜପୁରରେ ୫୫, ଖୋର୍ଦ୍ଧା(ଭୁବନେଶ୍ୱର) ୫୦, ବାଲେଶ୍ୱରରେ ୨୭, ଭଦ୍ରକରେ ୨୪, ସୁନ୍ଦରଗଡ଼ରେ ୧୨ ଜଣ ଆକ୍ରାନ୍ତ ହୋଇଛନ୍ତି। ବାକି ଆକ୍ରାନ୍ତମାନେ ଅନ୍ୟ ଜିଲ୍ଲାରେ ବୋଲି ଜଣାପଡ଼ିଛି।
[ad_2]