ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟସ୍ପେଶାଲ୍ ରିପୋର୍ଟ

ଡିସେମ୍ବରରୁ ଭାରତରେ ଟେଲିଭିଜନ ସେଟ୍ ଉତ୍ପାଦନ କରିବ Samsung l

ସତ୍ୟଶିଖା (ନୂଆଦିଲ୍ଲୀ) ୦୬.୧୦.୨୦୨୦ :  ଆସନ୍ତା ଡିସେମ୍ବାରରୁ ସାମସଙ୍ଗ ଦେଶରେ ଟେଲିଭିଜନ ଉତ୍ପାଦନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ତେବେ ଆଗକୁ ପାର୍ବଣ ଋତୁ ଥିବାରୁ ବ୍ୟାବସାୟୀକ ନିରନ୍ତରତା କାୟମ ରଖିବା ଲାଗି କିଛି ସମୟ ନିମନ୍ତେ ଆମଦାନୀ କଟକଣା ହଟାଇବାକୁ ନିବେଦନ କରିଛନ୍ତି । ଆତ୍ମନିର୍ଭର ଭାରତ ଯୋଜନାରେ ସରକାର ଦେଶକୁ ଟେଲିଭିଜନ ଆମଦାନୀ ଉପରେ କଟକଣା ଲାଗୁ କରିଛନ୍ତି । ଗତ ଜୁଲାଇ ୩୦ରୁ ଦେଶରେ କଟକଣା ଲାଗୁ ହୋଇଥିବା ବେଳେ ଏଥିଲାଗି ସରକାର ସ୍ୱତନ୍ତ୍ର ଲାଇସେନ୍ସର ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଆଗରୁ ବିଦେଶରୁ ଟେଲିଭିଜନ ସେଟ୍ ଆମଦାନୀ ଉପରେ କୌଣସି କଟକଣା ନଥିଲା । ପ୍ରାୟ ୨୦ ବର୍ଷ ହେଲା ଦେଶକୁ ବିଦେଶରୁ ଟେଲିଭିଜନ ସେଟ୍ ଆମଦାନୀ ହୋଇଆସୁଥିଲା । ତେବେ ଗତ ଜୁଲାଇ ୩୦ ତାରିଖରେ ଲାଗୁ ହୋଇଥିବା କଟକଣାରେ ସରକାର ଟେଲିଭିଜନ ସେଟ୍‌ ମଧ୍ୟ ସାମିଲ କରିଛନ୍ତି । ଏଣୁ ଦେଶରେ ଏପରି ଟେଲିଭିଜନ କାରବାର କରୁଥିବା କମ୍ପାନୀମାନେ ଏବେ ଅସୁବିଧାରେ ପଡିଯାଇଛନ୍ତି ।ଏଥିରେ ସାମସଙ୍ଗ ଆସନ୍ତା ଡିସେମ୍ବର ମାସ ବେଳକୁ ଭାରତରେ ଟେଲିଭିଜନ ସେଟ୍ ଉତ୍ପାଦନ ଲାଗି ପ୍ଲାଣ୍ଟରେ କାମ  ଆରମ୍ଭ ହୋଇଥିବ ବୋଲି କହିଛି । ହେଲେ ଏବେ ଭାରତରେ ପାର୍ବଣ ଋତୁ । ଲୋକେ ବର୍ଷର ଏହି ସମୟରେ ଘରୋଇ ଉପକରଣ କିଣାକିଣି କରିଥାନ୍ତି । ଏଥିରେ ଟେଲିଭିଜନ ସେଟ୍‌ ମଧ୍ୟ କିଣିଥାନ୍ତି । ହେଲେ ଆମଦାନୀ ନଥିବାରୁ ଚାହିଦା ପୂରଣ କରିବା ଏବେ କଷ୍ଟକର ହୋଇପାରେ ବୋଲି ସାମସଙ୍ଗ ଆଶଙ୍କା ପ୍ରକାଶ କରିଛନ୍ତି । ଚେନ୍ନାଇରେ ସାମସଙ୍ଗର ଟେଲିଭିଜନ ଉତ୍ପାଦନ ପ୍ଲାଣ୍ଟ ଥିଲା । ତେବେ ୨୦୧୮ ମସିହାରେ ଟେଲିଭିଜନ ଲାଗି ଜରୁରି ଓପନ ସେଲ ଟେଲିଭିଜନ ପ୍ୟାନେଲ ଉପରେ ଇମ୍ପୋର୍ଟ ଡ୍ୟୁଟି ଲାଗୁ ହୋଇଥିଲା । ଏଣୁ ଭାରତରେ ଟେଲିଭିଜନ ଉତ୍ପାଦନ ମହଙ୍ଗା ହେବାରୁ ସାମସଙ୍ଗ ପ୍ଲାଣ୍ଟ ବନ୍ଦ କରିଦେଇଥିଲେ । ସେପଟେ ଭିଏତନାମରୁ ଜିରୋ ଡ୍ୟୁଟିରେ ଟେଲିଭିଜନ ସେଟ୍ ଆମଦାନୀ ଆରମ୍ଭ କରିଦେଇଥିଲା ।

Show More
Back to top button