ରାଜ୍ୟ

ଆଉ ଦୁଇ ହାତୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର (ସତ୍ୟଶିଖା): ମାସକ ଭିତରେ ପୁଣି ମିଳିଲା ହାତୀ ମୃତଦେହ। ଚମ୍ପୁଆ ରେଞ୍ଜ ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ଦୁଇ ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ଆହୁରି ପଢ଼ନ୍ତୁ

ରବିବାର ସକାଳେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ଗୁରୁବେଡ଼ା ନିକଟରେ ଗୋଟିଏ ମାଇ ଓ ଗୋଟିଏ ଅଣ୍ଡିରା ହାତୀର ମୃତଦେହ ଦେଖିବାକୁ ପାଇଥିଲେ। ତେବେ ହାତୀ ଦୁଇଟିର ଦାନ୍ତ ନଥିବାରୁ ଦାନ୍ତ ପାଇଁ ଏମାନଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଗତମାସରେ ମଧ୍ୟ ଏହି ଅଞ୍ଚଳରେ ଦୁଇଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏମାନଙ୍କର ମଧ୍ୟ ଦାନ୍ତ ନଥିଲା। ତେବେ ମାସକ ମଧ୍ୟରେ ଚାରିଟି ହାତୀଙ୍କ ମୃତଦେହ ମିଳିବା ଓ ସେମାନଙ୍କ ଦାନ୍ତ ନଥିବାରୁ ଅଞ୍ଚଳରେ ହାତୀ ତଷ୍କରଙ୍କ କାର୍ଯ୍ୟକଳାପ ବଢ଼ି ଚାଲିଥିବା ଅନୁମାନ କରାଯାଉଛି।

[ad_2]
Show More
Back to top button