ରାଜ୍ୟ

ଜଣେ ଯୁବକ ଜଣେ କିନ୍ନରଙ୍କୁ ବିବାହ କରି ଚର୍ଚ୍ଚାରେ ଅଛନ୍ତି

ସତ୍ୟଶିଖା ୨୩ /୧୨/୨୦୨୦ : ପ୍ରେମ ବୁଝେନା ପରିସୀମା, ପ୍ରେମ ବୁଝେନା ବର୍ଣ୍ଣ, ପ୍ରେମ ବୁଝେନା ବୟସ। ପ୍ରେମ ଶାଶ୍ଵତ ଆଉ ପବିତ୍ର । ଥରେ ଭଲ ପାଇବା ଆସିଗଲେ, ତାହା ସାତ ସମୁଦ୍ର ପାର ହୋଇ ପ୍ରେମିକ, ପ୍ରେମିକା ପାଖକୁ ଚାଲିଆସେ । ଥରେ ମନ ସହିତ ମନ ମିଳିଗଲେ ଦୁନିଆଁର ସବୁ ପ୍ରତିବନ୍ଧକ ପାର ହୋଇଯାଏ । ଆମେ କହୁଛୁ ଏକ ଏମିତି ଏକ ପ୍ରେମ କାହାଣୀର କଥା । ଯାହା ଅନୁଗୁଳରେ ଦେଖିବାକୁ ମିଳିଛି । ଜଣେ ଯୁବକ ଜଣେ କିନ୍ନରଙ୍କୁ ବିବାହ କରି ଚର୍ଚ୍ଚାରେ ଅଛନ୍ତି । ପ୍ରଥମେ ଏକ ଷ୍ଟେଜ ସୋରେ ଉଭୟେ ଉଭୟଙ୍କୁ ଦେଖାଚାହଁ । ତା ପରେ ମନ ଦିଆ ନିଆ, ପରେ ଏହି ସମ୍ପର୍କ ନିବିଡ଼ ପ୍ରେମରେ ପରିଣତ ହୁଏ । ୫ ବର୍ଷର ଭଲ ପାଇବା ପରେ ଏବେ ସାରା ଜୀବନ ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ନିଆରା ବନ୍ଧନ ହୋଇଛି ଅନଗୁଳ ବୁଢ଼ୀ ଠାକୁରାଣୀ ମନ୍ଦିରରେ ମା ବୁଢ଼ୀ ଠାକୁରାଣୀକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ବିବାହ କରିଛନ୍ତି । ପୁଅ ବବଲୁ ଏବଂ କିନ୍ନର ଚିନ୍ମୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯୁବକ ଜଣଙ୍କ କଣିହାଁ ଅଞ୍ଚଳର ହୋଇଥିବା ବେଳେ କିନ୍ନର ଜଣକ ବଅଁରପାଳ ଅଞ୍ଚଳର ବୋଲି ଜଣାପଡିଛନ୍ତି । ଭଲପାଇବାର ଇଏ ହେଉଛି ଏକ ଅନନ୍ୟ ଉଦାହରଣ । ଆଶାକରୁଛୁ ଉଭୟଙ୍କ ପ୍ରେମ ଏମିତି ଅତୁଟ ରହୁ ।

Show More
Back to top button