ଆଉ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ଯାଜପୁର ଜିଲ୍ଲାରେ ୫୫ରେ ପହଞ୍ଚିଲା ସଂଖ୍ୟା


ଭୁବନେଶ୍ୱର (ସତ୍ୟଶିଖା): ଯାଜପୁର ଜିଲ୍ଲାରେ ଆଉ ଜଣେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍କରି ଏନେଇ ସୂଚନା ଦେଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ୫୭ ବର୍ଷ ଓ ସେ ଜଣେ ପୁରୁଷ। ତାଙ୍କର କୋଲକାତା ଲିଙ୍କ ରହିଛି। ତାଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦ରେ ପହଞ୍ଚିଛି।
ଯାଜପୁର ଜିଲ୍ଲାରେ ଆଜି ସୁଦ୍ଧା ୫୫ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଜଣେ ସୁସ୍ଥ ହୋଇଥିବା ବେଳେ ୫୪ ବିଭିନ୍ନ କୋଭିଡ୍ ମେଡିକାଲ୍ରେ ଚିକିତ୍ସାଧୀନ ଅଛନ୍ତି। ଯାଜପୁର ଜିଲ୍ଲା ଏବେ ରେଡ୍ ଜୋନ୍ରେ ରହିଛି। ଏହାଛଡ଼ା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଗାଁକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇ ସାନିଟାଇଜ୍ କରାଯାଉଛି। ଅଙ୍ଗନବାଡ଼ କର୍ମୀ, ଆଶା ଓ ଏଏନ୍ଏମ୍ ଦିଦି ପ୍ରତିଦିନ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।
ଆହୁରି ପଢ଼ନ୍ତୁ
3rd Health Update, 6th May
One positive case in Jajpur
57 yr Male(Kolkata returnee. In quarantine)
Contact tracing and follow-up action is being done.Total Positive Case: 180
— I & PR Department, Odisha (@IPR_Odisha) May 6, 2020
ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟ ୧୮୦ରେ ପହଞ୍ଚିଛି। ସେଥିରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୧୭ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ରହିଛନ୍ତି। ଏବେ ଚିହ୍ନଟ ହେଉଥିବା ‘କରୋନା’ ଆକ୍ରାନ୍ତଙ୍କର କୋଲକାତା ଓ ସୁରତ ଲିଙ୍କ ରହିଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି।
[ad_2]