ମୁମ୍ବାଇ: ଜଣାଶୁଣା ଟେଲିଭିଜନ ଅଭିନେତା ଆଶିଷ ରୟ ଗୁରୁତର ଅସୁସ୍ଥ। ଦୁଇଥର ପକ୍ଷାଘାତ (ପାରାଲିସିସ୍ ଆଟାକ୍) ହେବା ପରେ ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ଗୁରୁତର ରହିଛି। କିନ୍ତୁ କଥା ହେଉଛି ଚିକିତ୍ସା ପାଇଁ ଅଭିନେତାଙ୍କ ପାଖରେ ଟଙ୍କା ନାହିଁ। କିଛିଦିନ ତଳେ ଫେସବୁକ୍ ମାଧ୍ୟମରେ ନିଜ ଚିକିତ୍ସା କରିବା ପାଇଁ ସେ ଟଙ୍କା ମାଗିଥିଲେ। ତାଙ୍କ ଆବେଦନ ପରେ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ହଂସଲ୍ ମେହେଟ୍ଟା ଏବଂ ଅନ୍ୟ କିଛି କଳାକାର ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।
ହଂସଲ୍ ମେହେଟ୍ଟା ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ନିର୍ଦ୍ଦେଶକ ସଂଘ (ଆଇଏଫଟିଡିଏ)ର ସଭାପତି ଅଶୋକ ପଣ୍ଡିତଙ୍କୁ ଟ୍ୟାଗ୍ କରି ଏକ ଟ୍ୱିଟ୍ ଜରିଆରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ଏହା ଜାଣିବା ପରେ ଅଶୋକ ପଣ୍ଡିତ ମଧ୍ୟ ଟ୍ୱିଟ୍ କରି ଆଶୀଷ ଓ ତାଙ୍କ ଚିକିତ୍ସା ବିଷୟରେ ସୂଚନା ସଂଗ୍ରହ କରିବା ସହ ସାହାଯ୍ୟ କରିବା ନେଇ କହିଛନ୍ତି। ଫିଲ୍ମ ନିର୍ମାତା ବିଜୟ ନାମବୀର ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି।
ଆହୁରି ପଢ଼ନ୍ତୁ
Actor Ashish Roy (Bond) is seriously ill, on dialysis and in the ICU. He has appealed for financial help on FB. I’m doing all I can to help. Can industry associations also help the ailing actor? @sushant_says@ashokepandithttps://t.co/d8qpAan1VK
— Hansal Mehta (@mehtahansal) May 19, 2020
ସୂଚନାଯୋଗ୍ୟ ଯେ ଆଶିଷ ରାୟ ଦୁଇଥର ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗତ ବର୍ଷ ଯେତେବେଳେ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ଲେଖକ-ନିର୍ଦ୍ଦେଶକ ଭିଣ୍ଟା ନନ୍ଦା ତାଙ୍କୁ ଆର୍ଥିକ ରୂପେ ସାହାଯ୍ୟ କରିଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡ଼ି ଯାଇଛି। ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଆଶିଷ କିଛି ସମୟ ପୂର୍ବରୁ, ଏକ ସାକ୍ଷାତକାରରେ କହିଥିଲେ ଯେ 2019 ରେ ପକ୍ଷାଘାତ ହେବା ପରେ ସେ ସୁସ୍ଥ ହୋଇଯାଇଥିଲେ, କିନ୍ତୁ ତାଙ୍କୁ କୌଣସି କାମ ମିଳିଲା ନାହିଁ। ତେଣୁ ସେ ନିଜ ଜମା ପୁଞ୍ଜି ଟଙ୍କା ଉପରେ ବଞ୍ଚିବା ଆରମ୍ଭ କରିଦେଲେ। ହେଲେ ବର୍ତ୍ତମାନ ସେ ସବୁ ବି ଶେଷ ହୋଇଯାଇଛି।
ଆଶିଷ ‘ସସୁରାଲ୍ ସିମର କା’, ‘ବନେଗି ଆପ୍ନି ବାତ୍’, ‘ବୋମକେଶ ବକ୍ସି’, ‘ୟେସ୍ ବସ୍’, ‘ବା ବାହୁ ଔର୍ ବେବି’, ‘ମେରେ ଆଙ୍ଗେନ୍ ମେଁ’ ‘କୁଛ ରଙ୍ଗ ପ୍ୟାର କେ ଏସେ ଭି’ ଏବଂ ‘ଆରମ୍ଭ’ ପରି ଟେଲିଭିଜନ ଶୋ’ରେ କାମ କରିଛନ୍ତି। ଏହା ବ୍ୟତୀତ ଆଶିଷ ରୟ ହଲିଉଡ ଫିଲ୍ମର ଡବିଂ ମଧ୍ୟ କରିଛନ୍ତି। ସେ ଜଣେ ଭଏସ୍ ଓଭର କଳାକାର ଏବଂ ‘ସୁପରମ୍ୟାନ୍ ରିଟର୍ନସ୍’, ‘ଡାର୍କ ନାଇଟ୍’, ‘ଦି ଲିଜେଣ୍ଡ୍ ଅଫ୍ ଟାରଜାନ୍’ ଏବଂ ‘ଜୋକର୍’ ଭଳି ଅନେକ ସୁପରହିଟ୍ ହଲିଉଡ ଫିଲ୍ମରେ ସେ ବିଭିନ୍ନ ଚରିତ୍ର ପାଇଁ ଡବିଂ କରିଛନ୍ତି।
[ad_2]