ଆଇସିୟୁରେ ଅଛନ୍ତି, ହେଲେ ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ଭୁବନେଶ୍ୱର (ସତ୍ୟଶିଖା): ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ କ୍ରମଶଃ ସୁଧାର ଆସୁଛି। ହେଲେ ଏବେ ବି ସେ ଆଇସିୟୁରେ ଅଛନ୍ତି। ତାଙ୍କର ଅକ୍ସିଜେନ ଚାଲୁ ରହିଛି। ଆଜି ଏହି ସୂଚନା ଦେଇଛନ୍ତି ଅଭିନେତା ଶ୍ରୀତମ ଦାସ।

ସେ ଆହୁରି କହିଛନ୍ତି ଯେ, ବିଜୟ ମହାନ୍ତିଙ୍କର ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ରହିଛି। ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରୁଛୁ।

ଆହୁରି ପଢ଼ନ୍ତୁ

ବିଜୟ ମହାନ୍ତିଙ୍କ ଦେହ ଖରାପକୁ ନେଇ ସୋଶାଲ ମିଡିଆରେ ଅପପ୍ରଚାର କରାଯାଉଥିବାରୁ ତାହାକୁ ନିନ୍ଦା କରିଛନ୍ତି ଅଭିନେତା ଶ୍ରୀତମ ଦାସ। ଜଣଙ୍କ ଦେହ ଖରାପକୁ ନେଇ ଏମିତି ମଜା କରିବା ଅନୁଚିତ ବୋଲି ସେ କହିଛନ୍ତି।

ଗତକାଲି ବିଜୟ ମହାନ୍ତିଙ୍କ ଦେହ ଅସୁସ୍ଥ ଥିବା ସମ୍ପର୍କରେ ଶ୍ରୀତମ ପ୍ରଥମେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ପରେ ତାଙ୍କ ପତ୍ନୀ ତନ୍ଦ୍ରା ରାୟ ମଧ୍ୟ ସେ ଅସୁସ୍ଥ ଥିବା କଥା କହିଥିଲେ। ସେ କହିଥିଲେ ଯେ, ବିଜୟ ମହାନ୍ତି ମେଡିକାଲ ଚେକଅପ୍‌ ପାଇଁ ଯାଇଥିବା ବେଳେ ତାଙ୍କୁ ହୃଦଘାତ ହୋଇଥିଲା। ତାଙ୍କୁ ଆଇସିୟୁରେ ରଖାଯାଇଛି।

ସୂଚନାଯୋଗ୍ୟ, ବିଜୟ ମହାନ୍ତି ୧୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ବିଭିନ୍ନ ପ୍ରକାରର ଚରିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଛନ୍ତି। ସେ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର‘ ମଧ୍ୟ ପାଇଛନ୍ତି। ୨୦୧୪ରେ ସେ କଂଗ୍ରେସରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ତେବେ ହାରି ଯାଇଥିଲେ।

[ad_2]
Exit mobile version