ଖେଳ

ଆଇସିସି ଟି-୨୦ ବିଶ୍ୱକପ୍ ନିଷ୍ପତ୍ତି ଅଗଷ୍ଟରେ!

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସାରା ବିଶ୍ୱରେ କ୍ରୀଡ଼ା ଗତିବିଧି ସ୍ଥଗିତ କିମ୍ବା ବାତିଲ୍ ହୋଇଛି। ଏହି କ୍ରମରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ମଧ୍ୟ ସ୍ଥଗିତ ହୋଇସାରିଛି। ଏବେ ଚଳିତ ବର୍ଷ ହେବାକୁଥିବା ଆଇସିସି ଟି-୨୦ ବିଶ୍ୱକପ୍ ଆୟୋଜନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଅଷ୍ଟ୍ରେଲିଆ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଅର୍ଥାତ୍ ୬ମାସ ଯାଏ ତା’ର ସୀମାକୁ ସିଲ୍ କରିନେଇଛି, ତେଣୁ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟି-୨୦ ବିଶ୍ୱକପକୁ ନେଇ ଆଶଙ୍କା ଦେଖା ଦେଇଛି।

ଏବେ ଖବର ମିଳିଛି ଯେ ଟୁର୍ଣ୍ଣାମେଣ୍ଟକୁ ଆସନ୍ତାବର୍ଷ ପର୍ଯ୍ୟନ୍ତ ସ୍ଥଗିତ କରାଯାଇପାରେ। ତେବେ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ଏକ ବିଶେଷ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟ ପୂର୍ବରୁ ଆଇସିସି ଟି-୨୦ ବିଶ୍ୱକପ୍ ଉପରେ କୌଣସି ନିଷ୍ପତ୍ତି ନେବ ନାହିଁ। ଯାହାର ଅର୍ଥ ଅଗଷ୍ଟ ମାସରେ ହିଁ ଟି-୨୦ ବିଶ୍ୱକପ୍ ହେବ କି ନାହିଁ, ତାହା ସ୍ପଷ୍ଟ ହୋଇଯିବ।

ଆହୁରି ପଢ଼ନ୍ତୁ

ଏହି ରିପୋର୍ଟରେ ଆହୁରି କୁହାଯାଇଛି, ବର୍ତ୍ତମାନ ପରିସ୍ଥିତି ଆଦୌ ଠିକ୍ ନାହିଁ ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ହିଁ ଆମର ମୁଖ୍ୟ ପ୍ରାଥମିକତା। ଆମେ ମଧ୍ୟ ବିଶ୍ୱକପକୁ ନେଇ ଶୀଘ୍ର କୌଣସି ନିଷ୍ପତ୍ତି ନେବାକୁ ଚାହୁଁନୁ। ଯଦି ଆଗାମୀ ଦୁଇମାସରେ ସ୍ଥିତିରେ ସୁଧାର ଆସେ, ତାହେଲେ କ’ଣ କରାଯିବ? ଏହାଛଡ଼ା ଯଦି ଆଇସିସି ମେ’ ମାସରେ ବିଶ୍ୱକପକୁ ସ୍ଥଗିତ କରିବା ନେଇ ନିଷ୍ପତ୍ତି ନିଏ ଏବଂ ଏହାର କିଛି ମାସ ଭିତରେ ପରିସ୍ଥିତି ଅନୁକୂଳ ହୋଇଯାଏ ଏବଂ ଏହା ପରେ କ୍ରିକେଟର ଗଭର୍ଣ୍ଣିଂ ବଡ଼ିକୁ ଅନୁଭୂତ ହେବ ଯେ ସେମାନେ ନିଷ୍ପତ୍ତି ନେବାରେ ଜଲଦି କରିଦେଲେ, ତାହେଲେ କ’ଣ ହେବ। ତେଣୁ ଆଇସିସି ବର୍ତ୍ତମାନ କୌଣସି ନିଷ୍ପତ୍ତି ସପକ୍ଷରେ ନାହିଁ।

ଆଇସିସି ସବୁଦିଗ ଉପରେ ଚିନ୍ତା କରିବା ପରେ ଏହି ଇଭେଣ୍ଟର ଭବିଷ୍ୟତ ଉପରେ ନିଷ୍ପତ୍ତି ନେବ। ତେଣୁ ଅଗଷ୍ଟ ଭିତରେ କୌଣସି ନିଷ୍ପତ୍ତି ନିଆଯାଇ ପାରିବ ନାହିଁ। କିନ୍ତୁ ଗୋଟିଏ କଥା କହିବାକୁ ଚାହୁଁଛୁ ଯେ ଟି-୨୦ ବିଶ୍ୱକପ୍ ପାଇଁ ବର୍ତ୍ତମାନ ସବୁକିଛି ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଜାରି ରହିଛି। ଆମେ ଆଶାବାଦୀ ଯେ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଧାରିତ ତାରିଖରେ ହିଁ ହେବ। ସୂତ୍ରରେ ଆହୁରି କୁହାଯାଇଛି ଯେ ଯେହେତୁ ଏବେ ସବୁ ଅନ୍ତର୍ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହୋଇଯାଇଛି, ତେଣୁ ସବୁ ସଦସ୍ୟ ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ୍ (ଏଫଟିପି)ରେ ପରିବର୍ତ୍ତନ କରିବା ନେଇ ଆଲୋଚନା କରିପାରନ୍ତି।

ଆଇସିସିର ଜଣେ ମୁଖପାତ୍ର କହିଛନ୍ତି, “ଏଭଳି ଏକ ଅନିଶ୍ଚିତତା ସମୟରେ ଆମ ପାଇଁ ଖେଳାଳି, କୋଚ୍‌, ପ୍ରଶଂସକ ଏବଂ ପୂରା କ୍ରିକେଟ୍ ଜଗତର ସୁରକ୍ଷା ହିଁ ସର୍ବପ୍ରଥମ। ଆଗାମୀ ମାସ ଗୁଡ଼ିକରେ ଆମେ ସୁରକ୍ଷା ଉପରେ ତର୍ଜମା କରିବୁ।” ନିକଟରେ ଖବର ମିଳିଥିଲା ଯେ ଟୁର୍ଣ୍ଣାମେଣ୍ଟକୁ ଖାଲି ଷ୍ଟାଡିୟମରେ ଆୟୋଜନ କରାଯିବ। ଏହା ମଧ୍ୟରେ ଆଇସିସି ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ତା’ର ସମସ୍ତ ମୁଖ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ସହ ବୈଠକ କରିବ। ବିସିସିଆଇ ପକ୍ଷରୁ ଜୟ ଶାହ ଏହି ବୈଠକରେ ଭାଗ ନେବେ।

[ad_2]
Show More
Back to top button