ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର


ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଶଶାଙ୍କ ମନୋହର। ଏହି ପଦରେ ସେ ଦୁଇ ବର୍ଷ ରହି କାର୍ଯ୍ୟକାଳ ଶେଷ କରିବା ପରେ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଭାଇସ୍ ଚେୟାରମ୍ୟାନ୍ ପଦରେ ଥିବା ହଂକଂର ଇମ୍ରାନ ଖ୍ୱାଜା ଆଇସିସି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଯାଏ ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।
ଆଇସିସି ପକ୍ଷରୁ କୁହାଯାଇଛି, “ଦୁଇବର୍ଷର କାର୍ଯ୍ୟକାଳ ଶେଷ କରିବା ପରେ ଶଶାଙ୍କ ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଆଇସିସି ବୋର୍ଡ, କର୍ମଚାରୀ ଓ ପୂରା କ୍ରିକେଟ୍ ପରିବାର ପକ୍ଷରୁ ତାଙ୍କ ଅବଦାନ ପାଇଁ ଧନ୍ୟବାଦ ଦିଆଯାଇଛି। ସେ ଆଇସିସି ଅଧ୍ୟକ୍ଷ ଭାବେ କ୍ରିକେଟ୍ ପାଇଁ ଅନେକ କିଛି କରିଛନ୍ତି। ଆମେ ତାଙ୍କୁ ଏବଂ ତାଙ୍କ ପରିବାରର ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ।”
ସେହିପରି ଆଇସିସି ଉପାଧ୍ୟକ୍ଷ ଇମ୍ରାନ୍ କହିଛନ୍ତି, “ମନୋହର ନିଷ୍ଠାର ସହ ଖେଳର ବିକାଶ ପାଇଁ ଯେଉଁଭଳି କାମ କରିଛନ୍ତି, ସେଥିପାଇଁ ଆଇସିସି ବୋର୍ଡର ସମସ୍ତ ସଦସ୍ୟ ତାଙ୍କୁ ଧନ୍ୟବାଦ ଜଣାଉଛି।”
ଆହୁରି ପଢ଼ନ୍ତୁ
ସୂଚନାଯୋଗ୍ୟ, ମନୋହର ଦୁଇଥର ଆଇସିସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ପ୍ରଥମେ ସେ ୨୦୧୫ ନଭେମ୍ବରରେ ଆଇସିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପରେ ସେ ପୁଣିଥରେ ୨୦୧୮ରେ ନିଦ୍ୱର୍ନ୍ଦରେ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।
ଏବେ ମନୋହରଙ୍କ ସ୍ଥାନ କିଏ ନେବ, ସେ ନେଇ ଆଇସିସି ଆସନ୍ତା ସପ୍ତାହରେ ନିର୍ବାଚନ ପାଇଁ ନୂଆ ବିଜ୍ଞପ୍ତି ଜାରି କରିପାରେ। ଆଇସିସି ଅଧ୍ୟକ୍ଷ ପଦ ଦୌଡ଼ରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡର ମୁଖ୍ୟ କଲିନ୍ସ ଗ୍ରେଭସ ଆଗରେ ରହିଛନ୍ତି।
ଆହୁରି ପଢ଼ନ୍ତୁ
[ad_2]