ଖେଳ

ଆଇସିସିକୁ ଏମିତି କଟାକ୍ଷ କଲେ ରୋହିତ୍‌

ନୂଆଦିଲ୍ଲୀ: ଆହତ କାରଣରୁ କ୍ରିକେଟରୁ ଦୂରେଇ ଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର ରୋହିତ୍ ଶର୍ମା ଆଇସିସିକୁ ଏଭଳି ଏକ ପ୍ରଶ୍ନ କରିଛନ୍ତି, ଯେଉଁଥିରେ ତାଙ୍କ ପ୍ରଶଂସକ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଆଇସିସି ସବୁବେଳେ ପ୍ରଶଂସକଙ୍କ ସହ ଯୋଡ଼ିହେବା ପାଇଁ ଟ୍ୱିଟରରେ ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥାଏ।

ରବିବାର ଆଇସିସି ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ବିଶ୍ୱର ଚାରିଜଣ ବ୍ୟାଟ୍ସମ୍ୟାନଙ୍କ ଫଟୋ ଶେଆର୍ କରି ପ୍ରଶଂସକଙ୍କୁ ପଚାରିଛି ଯେ ପୂର୍ବତନ ଏବଂ ବର୍ତ୍ତମାନ ସମୟର କେଉଁ ବ୍ୟାଟ୍ସମ୍ୟାନ୍ ଉନ୍ନତ ପୁଲ୍ ଶଟ୍ ମାରିପାରନ୍ତି। ଆଇସିସି ପ୍ରଶଂସକଙ୍କ ଆଗରେ ଯେଉଁ ଚାରୋଟି ବିକଳ୍ପ ରଖିଥିଲା, ସେଥିରେ ଭାରତର ବିରାଟ୍ କୋହଲି, ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସାର୍ ଭିଭିଆନ୍ ରିଚାର୍ଡ୍ସ, ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ ଓ ଦକ୍ଷିଣ ଆଫ୍ରିକାର ହରଶେଲ୍ ଗିବ୍ସ ସାମିଲ୍ ଅଛନ୍ତି।

ଆଇସିସିର ଏହି ଫଟୋ ଉପରେ ପ୍ରତିକ୍ରିୟା ଦେଇ ରୋହିତ୍ ଶର୍ମା ପ୍ରଶ୍ନ କରିଛନ୍ତି, ଏହି ତାଲିକାରେ ବୋଧେ ଜଣଙ୍କ ଅନୁପସ୍ଥିତି ଅନୁଭୂତ ହେଉଛି? ଏହା ପରେ ରୋହିତ୍ କହିଛନ୍ତି, ମୋତେ ଲାଗୁଛି ଘରୁ କାମ କରିବା ସେତେଟା ସହଜ ନୁହେଁ। ତେବେ ରୋହିତଙ୍କ କାହା ଆଡ଼କୁ ଇଙ୍ଗୀତ କରି ଏଭଳି ପ୍ରତିକ୍ରିୟା ଦେଲେ ତାହା ସ୍ପଷ୍ଟ ହୋଇିନାହିଁ। କିନ୍ତୁ ରୋହିତଙ୍କ ପ୍ରଶ୍ନର ଜବାବ ତାଙ୍କ ପ୍ରଶଂସକ ଦେଇଛନ୍ତି । ପ୍ରଶଂସକ ରୋହିତଙ୍କ ଫଟୋ ଓ ଭିଡିଓ କ୍ଲିପ୍ ଦ୍ୱାରା ଆଇସିସିକୁ ଏହାର କଡ଼ା ଜବାବ ଦେଇଛନ୍ତି।

ଅଧିକାଂଶ ଭାରତୀୟ ପ୍ରଶଂସକ ବିରାଟ୍ କୋହଲିଙ୍କୁ ଉନ୍ନତ ପୁଲର୍ ମାନନ୍ତି ନାହିଁ। ପ୍ରଶଂସକଙ୍କ ମତରେ ରୋହିତ୍ ହିଁ ବିଶ୍ୱର ସର୍ବଶ୍ରେଷ୍ଠ ପୁଲର୍। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ରୋହିତଙ୍କୁ ଆଘାତ ଲାଗିଥିଲା, ଯାହା ପରେ ସେ ଦିନିକିଆ ଓ ଟେଷ୍ଟ ସିରିଜରୁ ବାଦ୍ ପଡିଥିଲେ।

ଏପରିକି ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଚୟନ ହୋଇନଥିଲେ। ତେବେ ଆଇପିଏଲ୍ ଜରିଆରେ ରୋହିତ୍ ମଇଦାନକୁ ଫେରିବେ ବୋଲି ପ୍ରଶଂସକ ଆଶା ବାନ୍ଧିଥିଲେ। କିନ୍ତୁ କରୋନା ଭାଇରସ୍ ଯୋଗୁ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି।



[ad_2]

Show More
Back to top button