ଦେଶ

ଆଇଆଇଟି ସହକାରୀ ପ୍ରଫେସରଙ୍କ ଆତ୍ମହତ୍ୟା – Satyasikha

ଲକ୍ଷ୍ନୌ: ଦେଶରେ ଦିନକୁ ଦିନ ଚର୍ଚ୍ଚିତ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସୁଛି। ବଲିଉଡଠାରୁ ଆରମ୍ଭ କରି ସମାଜସେବୀ ପର୍ଯ୍ୟନ୍ତ ଏହି ଚରମ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏବେ ଆଇଆଇଟି କାନପୁର ଭଳି ଦେଶର ବଡ଼ ଅନୁଷ୍ଠାନର ଜଣେ ସହକାରୀ ପ୍ରଫେସରଙ୍କ ଆତ୍ମହତ୍ୟା ଆଲୋଡ଼ନ ସୃଷ୍ଟି କରିଛି।

ଆଇଆଇଟି କାନପୁର କ୍ୟାମ୍ପସର ସୂଚନା ମୁତାବକ ପ୍ରଫେସର ଜଣକ ହେଉଛନ୍ତି ୩୫ ବର୍ଷୀୟ ପ୍ରମୋଦ ସୁବ୍ରମଣିୟମ। ସେ ବୁଧବାର ସନ୍ଧ୍ୟାରେ କ୍ୟାମ୍ପସ ପରିସରରେ ଥିବା ତାଙ୍କ ରୁମରେ ଆତ୍ମହତ୍ୟା କରିଛନ୍ତି। କଲ୍ୟାଣପୁର ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି  ଶବ ବ୍ୟବଛେଦ ପାଇଁ ପଠାଇଛି।

ଆହୁରି ପଢ଼ନ୍ତୁ

ଏନେଇ ଆଇଆଇଟି କାନପୁରର ନିର୍ଦ୍ଦେଶକ ଅଭୟ କରନଦିକାର କହିଛନ୍ତି, ସହକାରୀ ପ୍ରଫେସର ପ୍ରମୋଦ ସୁବ୍ରମଣିୟମଙ୍କ ଅକାଳ ବିୟୋଗରେ ମୁଁ ଦୁଖିତ। ସେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗର ଅଧ୍ୟାପକ ରୂପେ କାର୍ଯ୍ୟ କରୁଥିଲେ। ତାଙ୍କ ବିୟୋଗରେ ଆମେ ଜଣେ ଦକ୍ଷ ଏବଂ କମ୍ପ୍ୟୁଟର ସାଇନ୍ସର ଷ୍ଟାରଙ୍କୁ ହରାଇଲୁ।  ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।

କରୋନା ମହାମାରୀ କାରଣରୁ ଅନୁଷ୍ଠାନ ଖାଲି ରହିଥିଲା। ସେଠାରେ କେବଳ ଅଧ୍ୟାପକଙ୍କ ବ୍ୟତୀତ ଆଉ କେହି ରହୁନଥିବା ପୁଲିସ କହିଛି। ଏନେଇ ପୁଲିସ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button