ଅପରାଧନ୍ୟୁଜ୍ରାଜ୍ୟ

ଟଙ୍କା ପାଇଁ ଘରେ ପଶି ବାପ-ପୁଅଙ୍କୁ ମରଣାନ୍ତକ ଆକ୍ରମଣ

ସତ୍ୟଶିଖା ( ପୁରୀ )୩୦/୧୦ /୨୦୨୧: ପୁରୀରେ ନିଶାଖୋରଙ୍କ ଆତଙ୍କରାଜ । ଟଙ୍କା ପାଇଁ ଘରେ ପଶି ବାପ-ପୁଅଙ୍କୁ ଦୁର୍ବୁତ୍ତଙ୍କ ମରଣାନ୍ତକ ଆକ୍ରମଣ। ପୁରୀ ଟାଉନଥାନା ଅନ୍ତର୍ଗତ ଚୁଡଙ୍ଗ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଶୁକ୍ରବାର ରାତି ୧୦ ଟା ବେଳେ ତିନିଜଣ ଦୁର୍ବୃତ୍ତ ନିଶା ସେବନ କରିବା ପାଇଁ ଦୟାଶଙ୍କରଙ୍କ ଘରେ ପଶି ତାଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ନଦେବାରୁ ଦୁର୍ବୁତ୍ତ ମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି।  ଆକ୍ରମଣରେ ଚୁଡଙ୍ଗ ସାହି ଦୟାଶଙ୍କର ଉପାଧ୍ୟୟ ଓ ତାଙ୍କ ପୁଅ ଦିଲ୍ଲୀପ ଉପାଧ୍ୟୟ ଗୁରୁତର ହୋଇଛନ୍ତି । ଉଭୟଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଘଟଣାକୁ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଦୁର୍ବୁତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ।

Show More
Back to top button