ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ପହଞ୍ଚିଲା ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା

ସତ୍ୟଶିଖା(ଭୁବନେଶ୍ୱର) ୧୦.୦୪.୨୦୨୧: ରାଜ୍ୟରେ କରୋନା ଟିକା ଅଭାବ ଦେଖାଦେଇଥିଲା। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଭୁବନେଶ୍ୱର ବିମାନବନ୍ଦରରେ ଅଢ଼େଇ ଲକ୍ଷ ଟିକା ପହଞ୍ଚିଛି। ଏହି କୋଭିସିଲ୍ଡ ଟିକାକୁ ସବୁ ଜିଲ୍ଲାକୁ ବଣ୍ଟାଯିବ। ଟିକା ନେବା ପାଇଁ ବିଭିନ୍ନ ଜିଲ୍ଲାରୁ ଗାଡ଼ି ଭୁବନେଶ୍ୱରରେ ପହଞ୍ଚିଛି।

ରାଜ୍ୟରେ ବର୍ତ୍ତମାନ ଟିକାକରଣ ପାଇଁ ଟିକାର ଅଭାବ ରହିଥିବା ବେଳେ ଏହି ଟିକା ସାମାନ୍ୟ ଆଶ୍ଵସ୍ତି ଦେଇଛି। ଆସନ୍ତାକାଲି ରାଜ୍ୟର ସମସ୍ତ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଆସନ୍ତାକାଲି ଠାରୁ ଏପ୍ରିଲ ୧୪ ଯାଏ ଟିକା ଉତ୍ସବ ପାଳିତ ହେବ। ଏହାକୁ ସଫଳ କରିବା ପାଇଁ ୨୫ ଲକ୍ଷ କୋଭିସିଲ୍ଡ ଡୋଜ ପଠାଇବାକୁ ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିଥିଲେ। ଆଗକୁ ଦୈନିକ ୩ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆବଶ୍ୟକ ପରିମାଣର ଟିକା ନପହଞ୍ଚିଲେ ଟିକାକରଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

Show More
Back to top button