ଅରିନ୍ଦମ ଦେଲେ ୫୦୦ ବୋତଲ ହ୍ୟାଣ୍ଡ ସାନିଟାଇଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ଏବେ ବିଭିନ୍ନ ମହଲରୁ ସହାୟତାର ସୁଅ ଛୁଟିଛି। କେହି ଆର୍ଥିକ ସହାୟତା କରୁଥିବା ବେଳେ କିଏ ମାସ୍କ ବାଣ୍ଟି ଲୋକଙ୍କୁ ସହାୟତା କରୁଛନ୍ତି। ନିକଟରେ ଓଲିଉଡ୍‌ ଅଭିନେତା ଅରିଂଦମ ରୟ ଗରିବ ଲୋକଙ୍କ ପାଇଁ ୫୦୦ ବୋତଲ ହ୍ୟାଣ୍ଡ ସାନିଟାଇଜର ଦେଇଛନ୍ତି।

ପାଣ୍ଡେମିକ୍ କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ହାତକୁ ସଫା ରଖିବା ଏକ ପ୍ରମୁଖ ଉପାୟ। ଏଥିପାଇଁ ଅରିଂଦମ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ସେ ଡିସିପି କଟକଙ୍କ ଏହା ଦେଇଛନ୍ତି। ଅରିନ୍ଦମଙ୍କ ଏପରି କାର୍ଯ୍ୟକୁ କଟକର ଡିସିପିଙ୍କ କାର୍ଯ୍ୟାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ ମାଧ୍ୟମରେ ମଧ୍ୟ ପ୍ରଶଂସା କରାଯାଇଛି।

ଆହୁରି ପଢ଼ନ୍ତୁ

ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ଅଭିନେତା ସବ୍ୟସାଚୀ ମିଶ୍ର ୧ ଲକ୍ଷ ଏବଂ ଆଇଟମ ଗାର୍ଲ ରାଣୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କରିଛନ୍ତି।



[ad_2]

↑
Exit mobile version