ଅମ୍ଫାନ ଉଦ୍ଧାରକାରୀ ଦଳର ୫୪ ଯବାନ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର(ସତ୍ୟଶିଖା): ବାତ୍ୟା ‘ଅମ୍ଫାନ’ ପରେ ପୁନରୁଦ୍ଧାର ପାଇଁ ପଶ୍ଚିମବଙ୍ଗ ଯାଇ ODRAF/NDRF/ FIREର  ୫୪ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଯବାନ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ।

ଆହୁରି ପଢ଼ନ୍ତୁ

ସୂଚନାରୁ ପ୍ରକାଶ, ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ୧୬୭  NDRF ଯବାନ ପଶ୍ଚିମବଙ୍ଗ ଯାଇଥିଲେ। ଉଦ୍ଧାର କାର୍ଯ୍ୟ ପରେ ସେମାନେ ଓଡ଼ିଶା ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ଏହି ସମୟ ଭିତରେ ଜଣେ ଯବାନଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠା ଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ପରେ ଅନ୍ୟ ସମସ୍ତଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ କରାଯାଇଥିଲା।

[ad_2]
Exit mobile version