
ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୫ .୦୯.୨୦୨୦ : ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲା ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଆଲ୍ଲୀ ଖାନ, ରକୁଲ ପ୍ରୀତ ସିଂହଙ୍କ ପରି ଅଭିନେତ୍ରୀଙ୍କ ପାଖରେ ପହଞ୍ଚିଛି। ଏହି ପୂରା ମାମଲାରେ କେତେକଙ୍କ ୱାଟସଆପ୍ ଚାଟ୍ ମିଡିଆରେ ଲିକ୍ ହୋଇଛି। ତେବେ ସବୁଠୁ ଚର୍ଚାରେ ରହିଛି ଦୀପିକା ପାଦୁକୋନଙ୍କ ଡ୍ରଗ୍ସ ୱାଟସଆପ ଚାଟ୍। ଏହି ଚାଟରେ ସେ ଡ୍ରଗ୍ସ ମାଗୁଥିବା ଜଣାପଡ଼ିଛି। ତେବେ ଏସବୁ ମଧ୍ୟରେ ପ୍ରଶ୍ନ ଉଠୁଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ କେମିତି ମିଳିଲା। ଲୋକମାନେ ଏବେ ହ୍ବାଟସଆପର ପ୍ରାଇଭେସିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହା ଉପରେ ୱାଟସଆପ୍ ମଧ୍ୟ ଆନୁଷ୍ଠାନିକ ଭାବେ ସଫେଇ ରଖିଛି।ସେପ୍ଟେମ୍ବର ୨୪ରେ ସୋସିଆଲ ନେଟଓ୍ବାର୍କ ପ୍ଳାଟଫର୍ମ ୱାଟସଆପ୍ କହିଛି ଯେ ତାଙ୍କ ମେସେଜ ସୁରକ୍ଷିତ ଅଛି ଓ କେହି ବି ତୃତୀୟ ବ୍ୟକ୍ତି ତାହାକୁ ଆସେସ କରିପାରିବେ ନାହିଁ। ୱାଟସଆପ୍ ପ୍ରବକ୍ତା କହିଛନ୍ତି ୱାଟସଆପ୍ ଆପଣଙ୍କ ମେସେଜକୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ସହିତ ସୁରକ୍ଷିତ ରଖିଥାଏ। ଏହାକୁ କେବଳ ସେହିମାନେ ପଢ଼ିପାରିବେ ଯାହା ସହ ଆପଣ ଚାର୍ଟ କରୁଥିବେ। ଅନ୍ୟ କେହି ବି ଏହି ମେସେଜକୁ ପଢ଼ିପାରିବେ ନାହିଁ। ଏହପିରିକି ୱାଟସଆପ ମଧ୍ୟ ନୁହେଁ।
କମ୍ପାନି କହିଛି ଆପଣ କେବଳ ଗୋଟିଏ ଫୋନ ନମ୍ବରରେ ୱାଟସଆପରେ ସାଇନ୍ ଅପ୍ କରନ୍ତି ଏଣୁ ୱାଟସଆପ ମେସେଜ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ। ଅନ-ଡିଭାଇସ୍ ଷ୍ଟୋରେଜ ପାଇଁ କମ୍ପାନି ଅପରେଟିଂ ସିଷ୍ଟମ ନିର୍ମାତାଙ୍କ ଦ୍ୱାରା ଦିଆଯାଉଥିବା ନିର୍ଦେଶକୂ ପାଳନ କରିଥାଏ କମ୍ପାନି। ଏହା ବାଦ୍ କମ୍ପାନି ସବୁବେଳେ ଅପରେଟିଂ ସିଷ୍ଟମ ଦ୍ବାରା ଦିଆଯାଇଥିବା ସବୁ ସିକ୍ୟୁରିଟି ଉପାୟ ଯେମିତି ପାସୱର୍ଡ ବା ବାୟୋମେଟ୍ରିକ ଆଇଡି ବ୍ୟବହାରକୁ ଅଗ୍ରାଧିକାର ଦିଏ। ଯଦ୍ଦ୍ବାରା କେହି ବି ଥାର୍ଡ ପାର୍ଟି ବା ତୃତୀୟ ବ୍ୟକ୍ତି ଆପଣଙ୍କ ଡିଭାଇସରେ ଷ୍ଟୋର କଣ୍ଟେଣ୍ଟ ପର୍ଯ୍ୟନ୍ତ ଯାଇ ପାରିବେ ନାହିଁ।