ଅମ୍ଫାନରେ ପଶ୍ଚିମବଙ୍ଗ ‘ବରବାଦ’, କେନ୍ଦ୍ରକୁ ଦିଦି ମାଗିଲେ ସହାୟତା

କୋଲକାତା: ମହାବାତ୍ୟା ଅମ୍ଫାନ୍ ପାଇଁ ପଶ୍ଚିମବଙ୍ଗର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ରେଳ, ବିଦ୍ୟୁତ, ଟେଲିଫୋନ୍ ଆଦି ସେବା ପ୍ରଭାବିତ ହୋଇଛି। ଏସବୁ ସେବା ଶୀଘ୍ର ଆରମ୍ଭ କରିବା ପାଇଁ ସେନାର ସହାୟତା ଦରକାର ବୋଲି ପଶ୍ଚିମବଙ୍ଗ ସରକାର କହିଛନ୍ତି। ଏଥିପାଇଁ ପଶ୍ଚିମବଙ୍ଗର ଗୃହ ବିଭାଗ କେନ୍ଦ୍ରକୁ ଚିଠି ଲେଖି ସେନା ପଠାଇବାକୁ ଅନୁରୋଧ କରିଛି।

ଆହୁରି ପଢ଼ନ୍ତୁ

ଲକଡାଉନ ଚାଲିଥିବାବେଳେ ରାଜ୍ୟ ସରକାର ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି। ଏବେ ସେହି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅଧିକ ସଂଖ୍ୟକ ମାନବ ସମ୍ୱଳର ଆବଶ୍ୟକତା ରହିଛି ବୋଲି ପଶ୍ଚିମବଙ୍ଗର ଗୃହ ମନ୍ତ୍ରଣାଳୟ କହିଛି। ଏବେ ୧୦୦ଟି ଟିମ୍ ନିୟୋଜିତ ରହିଛି। ଏହି ଟିମ୍ ଗଛ କାଟି ରାସ୍ତାରୁ ସଫା କରୁଛନ୍ତି। ଏହାଦ୍ୱାରା ବିଜୁଳି ସେବା ଆରମ୍ଭ ହୋଇପାରିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି।

ତେବେ କେନ୍ଦ୍ର ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହିଁ। ହେଲେ ବାତ୍ୟା ପୂର୍ବରୁ ୧୦ଟି ଏନଡିଆରଏଫ ଟିମକୁ ପଶ୍ଚିମବଙ୍ଗରେ ନିୟୋଜିତ ରଖିଛି କେନ୍ଦ୍ର। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଆକଶ ମାର୍ଗରେ ବାତ୍ୟାର ସମୀକ୍ଷା କରିଥିଲେ। ଏଥିସହ ଅଗ୍ରୀମ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ ମୋଦି। କେନ୍ଦ୍ର ଟିମ୍ ଆସି ରିପୋର୍ଟ ଦେବା ପରେ କେନ୍ଦ୍ର ବାକି ସହାୟତା କରିବ ବୋଲି ମୋଦି କହିଥିଲେ।

[ad_2]
Exit mobile version