ଟିଭିନ୍ୟୁଜ୍ମନୋରଞ୍ଜନରାଜ୍ୟସ୍ପେଶାଲ୍ ରିପୋର୍ଟ

ନିଜ ପୁଅଙ୍କ ବିବାହ ବିଷୟରେ ମୁହଁ ଖୋଲିଲେ ଇସ୍ମାଇଲ୍

ସତ୍ୟଶିଖା (ମୁମ୍ବାଇ) ୨୧/୧୦/୨୦୨୦ : ଅଭିନେତ୍ରୀ ଗୌହାର ଖାନ୍ ଏବେ ବିଗ୍ ବସ୍ ୧୪ ଘର ଭିତରେ ନଜର ଆସୁଛନ୍ତି । ଶୋରେ ସେ ସିନିୟର ହୋଇ ଆସିଛନ୍ତି । ଧାରାବାହିକରେ ତାଙ୍କୁ ଖୁବ୍ ପସନ୍ଦ କରାଯାଉଛି । ବିଗ୍ ବସ୍ ବ୍ୟତୀତ ଗୌହାର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି ।ଜୈଦ ଦରବାରଙ୍କ ବାପା ଏବଂ ମ୍ୟୁଜିକ୍ ଡାଇରେକ୍ଟର ଇସ୍ମାଇଲ୍ ଦରବାର ଏଖବର ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ ସେ ଗୌହାର ଏବଂ ଜୈଦଙ୍କ ବିବାହକୁ ନେଇ କଥା ହୋଇଛନ୍ତି । ସବୁ କିଛି ଠିକ୍ ରହିଲେ ଇସ୍ମାଇଲ୍ ଆର ମାସ ଅର୍ଥାତ୍ ନଭେମ୍ବର ମାସରେ ଶ୍ବଶୁର ହୋଇଯିବେ ।ଗୌହାର ଖାନଙ୍କ ଜୈଦ ଦରବାରଙ୍କ ସହ ବନ୍ଧୁତା ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଦୁହେଁ ପରସ୍ପରକୁ କିଛି ଦିନରୁ ପସନ୍ଦ କରୁଛନ୍ତି ଏବଂ ସେମାନଙ୍କ ପରିବାରରେ ମଧ୍ୟ ମିଳାମିଶା ବଢ଼ୁଛି । ଗୌହାର ଖାନ୍ ବିଗ୍ ବସରେ ଭାଗ ନେଇଥିଲେ ସେ ଜୈଦଙ୍କ ବାପା ଇସମାଇଲ ଦରବାରଙ୍କୁ ଫୋନ୍ କରି ଆଶୀର୍ବାଦ ନେଇଥିଲେ । ଏହା ପରେ ହିଁ ବିଗ୍ ବସ୍ ଘରକୁ ଯାଇଥିଲେ । ମୁମ୍ବାଇରେ ହିଁ ବିବାହ ପ୍ରସ୍ତୁତି ଆରମ୍ଭ ହୋଇପାରେ ।ଇସମାଇଲ ଦରବାର କହିଥିଲେ ଯେ କିଛି ଦିନ ତଳେ ଜୈଦ ନିଜଠୁ ୫ବର୍ଷ ବଡ଼ ଗୌହାରଙ୍କୁ ତାଙ୍କ ପତ୍ନୀ ଆୟେଶାଙ୍କୁ ଦେଖାଇବା ପାଇଁ ଘରକୁ ଆଣିଥିଲେ । ଏହି ସମୟରେ ସେ ବହୁତ କଥା ହୋଇଥିଲେ ଏବଂ ପାଖାପାଖି ୪ଘଣ୍ଟା ଏକାଠି ସମୟ ବିତାଇଥିଲେ । ଇସ୍ମାଇଲଙ୍କ ମତରେ ଯଦି ଗୌହାର ତାଙ୍କୁ ପସନ୍ଦ ନଥାନ୍ତେ ତେବେ ୪ମିନିଟରେ ସେ ଘରୁ ପଳାଇଥାନ୍ତେ । କିନ୍ତୁ ଏପରି କିଛି ହୋଇନଥିଲା । ଇସ୍ମାଇଲ ଏବଂ ତାଙ୍କ ପତ୍ନୀ ଆୟେଶା ପିଲାଙ୍କ ଖୁସିରେ ନିଜ ଖୁସି ଦେଖୁଛନ୍ତି । ଇସ୍ମାଇଲଙ୍କୁ ନିଜ ପୁଅ ଜୈଦଙ୍କ ପସନ୍ଦରେ କୌଣସି ସମସ୍ୟା ନାହିଁ କିନ୍ତୁ ସେ ନିଜ ପୁଅଙ୍କୁ ନିଜ ନିଷ୍ପତ୍ତି ଆରାମରେ ବୁଝି ବିଚାରି କରିବାକୁ ପରାମର୍ଶ ଦେଇଛନ୍ତି ।

Show More
Back to top button