ଦେଶ

ଅମ୍ଫାନରେ ଉଡ଼ିଯିବ କି ଟ୍ରେନ୍‌, ଚକାରେ ପଡ଼ିଲା ତାଲା

ନୂଆଦିଲ୍ଲୀ: ଓଡ଼ିଶା ଓ ପଶ୍ଚିମବଙ୍ଗ ଆଡ଼କୁ ଭୟଙ୍କର ରୂପ ନେଇ ମାଡ଼ି ଆସୁଥିବା ବାତ୍ୟା ଅମ୍ଫାନ ପାଇଁ ଏବେ ସବୁଆଡ଼େ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି। ଆଜି ରାତିରୁ ଓଡ଼ିଶାରେ ଏହାର ଭୟଙ୍କର ପ୍ରଭାବ ଦେଖାଯିବାକୁ ଥିବା ବେଳେ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରୁ ୨ଟା ମଧ୍ୟରେ ଅମ୍ଫାନ ଲ୍ୟାଣ୍ଡଫଲ କରିବ।

ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବାକୁ ଥିବା ବାତ୍ୟା ପ୍ରଭାବରେ ୧୬୫ରୁ ୧୮୫ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଆକଳ କରିଛି। ଏହାକୁ ଦୃଷ୍ଟିରେ ରଖି ରେଳବାଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଟ୍ରାକରେ ରହିଥିବା ଟ୍ରେନଗୁଡ଼ିକ ଚକାରେ ରେଳବାଇ ପକ୍ଷରୁ ତାଲା ପକାଯାଉଥିବା ଦେଖିବାକୁ ମିଳିଛି। କାଳେ ଅମ୍ଫାନ ପ୍ରଭାବରେ ଏଗୁଡ଼ିକ ଲାଇନଚ୍ୟୁତ ହୋଇଯିବ, ସେହି ଆଶଙ୍କାରେ ଏଭଳି ବ୍ୟବସ୍ଥା କରାଯାଇଛି।

ସେହିପରି କରୋନା ଲକଡାଉନ ମଧ୍ୟରେ ଚାଲୁଥିବା ସ୍ପେଶାଲ ଶ୍ରମିକ ଟ୍ରେନକୁ ମଧ୍ୟ ବାତିଲ କରିଦିଆଯାଇଛି। ବିଶେଷ କରି ଓଡ଼ିଶା ଓ ପଶ୍ଚିମବଙ୍ଗକୁ ପ୍ରବାସୀଙ୍କୁ ଧରି ଆସିବାକୁ ଥିବା ଶ୍ରମିକ ଟ୍ରେନଗୁଡ଼ିକୁ ଦୁଇ ଦିନ ପାଇଁ ବାତିଲ କରିଦିଆଯାଇଛି।

ଆହୁରି ପଢ଼ନ୍ତୁ

ବାତ୍ୟା ଅମ୍ଫାନକୁ ଦୃଷ୍ଟିରେ ରଖି ହାୱଡ଼ା କର୍ପୋରେସନ୍ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଲୋକମାନେ ନିଜର ସମସ୍ୟା ସମ୍ପର୍କରେ ଏହି କଣ୍ଟ୍ରୋଲରୁମ ସହ ଯୋଗାଯୋଗ କରିପାରିବେ। ଏହା ବ୍ୟତୀତ ହାୱଡ଼ାର ଶାଲିମର ସାଇଡିଂରେ ରହିଥିବା ଟ୍ରେନ ଚକାରେ ରେଳବାଇ ପକ୍ଷରୁ ଶିକୁଳି ଦ୍ୱାରା ତାଲା ପକାଇ ଯାଇଛି। ଟ୍ରାକଗୁଡ଼ିକ ସହ ତାଲା ଗୁଡ଼ିକୁ ବେଶ ସଶକ୍ତ ଭାବେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି।

ଟ୍ରେନ ଚକାରେ ମୋଟାମୋଟା ଶିକୁଳି ପକାଯିବା ସମ୍ପର୍କରେ କୁହାଯାଇଛି ଯେ ସାଇଡିଂରେ ରହିଥିବା ଟ୍ରେନ ଗୁଡ଼ିକ ଏବେ ଅଟକି ରହିଛି। ଏଥିରେ ଇଞ୍ଜିନ ନାହିଁ। ଫଳରେ ବାତ୍ୟା ବେଳେ ହେବାକୁ ଥିବା ପବନରେ ଏହି ଟ୍ରେନଗୁଡ଼ିକ ଲାଇନଚ୍ୟୁତ ହେବାର ଆଶଙ୍କା ରହିଛି। ତେଣୁ ଟ୍ରେନ ଚକାରେ ତାଲା ପକାଯାଇଛି।

ଜୋର ପବନ ହେଲେ ଟ୍ରେନଗୁଡ଼ିକ ବିନା ଇଞ୍ଜିନରେ ଗଡ଼ି ଯିବାର ଆଶଙ୍କା ରହିଛି। ଯଦି ଇଞ୍ଜିନ ବିନା ବଗିଗୁଡ଼ିକ ଗଡ଼ିବା ଆରମ୍ଭ କରେ, ତା’ହେଲେ ବଡ଼ ଧରଣର ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଟ୍ରେନ ଚକାରେ ତାଲା ପକାଯାଇଛି।

[ad_2]
Show More
Back to top button