ଦେଶ

ଥମୁନି ମଣିଷର ପଶୁଙ୍କ ଉପରେ କ୍ରୁର ଆଚରଣ, ହାତୀ ପରେ ଏବେ ବାଘ

ଗୌହାଟି: ପୁଣି ପଦାକୁ ଆସିଲା ପଶୁ ଉପରେ ଅମାନବୀୟ ଅତ୍ୟାଚାରର ଆଉ ଏକ ସଙ୍ଗୀନ ଖବର। ହାତୀ ପରେ ପାଳି ପଡ଼ିଛି ବାଘର। କେରଳ ମଲ୍ଲପୁରମ ଜିଲ୍ଲାରେ ଗର୍ଭବତୀ ହାତୀ ହତ୍ୟା ଅଭିଯୋଗ ଘଟଣାର ଚର୍ଚ୍ଚା ଥମିନଥିବାବେଳେ ଏବେ ଏକ ବାଘ ମଣିଷଙ୍କ କ୍ରୁରତାର ଶିକାର ହୋଇଥିବା ଖବର ଆଲୋଡନ ସୃଷ୍ଟି କରିଛି।

ଆସାମର ଗୌହାଟିର କଟାହାବଡ଼ିରେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଏକ ଚିତାବାଘ ପଳାଇଆସିଥିଲା। ଏହି ସମୟରେ ଚିତା ବାଘଟି ବନ ବିଭାଗର ପିଞ୍ଜରାରେ ଫସି ଯାଇଥିଲା। ଏହାପରେ ବନ ଅଧିକାରୀ ଚିତାବାଘକୁ ପିଞ୍ଜରା ଭିତରୁ ଉଦ୍ଧାର କରି ଛାଡ଼ିଦେଇଥିଲେ। ଆଉ ଏହାର ସୁଯୋଗ ନେଇ ପାଖରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଚିତାବାଘକୁ ପିଟିପିଟି ହତ୍ୟା କରିଛନ୍ତି।

ଆହୁରି ପଢ଼ନ୍ତୁ

ତେବେ ଏତିକିରେ କଥା ସରିନଥିଲା, କିଛି ଲୋକେ ଚିତାବାଘଟିର ଚର୍ମକୁ ଉତାରିବାକୁ ଚେଷ୍ଟା କରିଥିଲେ, ଆଉ କିଛି ଦାନ୍ତ ଓ ନଖକୁ ବାହାର କରିଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କିଛି ଲୋକ ଚିତାବାଘକୁ ଧରି ପ୍ୟାରେଡ୍ କରୁଥିବା ଦେଖିବାକୁ ମିଳିଛି। ଯାହାକି ସମଗ୍ର ମାନବଜାତିକୁ ଲଜ୍ଜିତ କରିଛି।

ଏହି ଖବର ସାମ୍ନାକୁ ଆସିବା ପରେ ବିଜେପି ବିଧାୟକ ତଥା ଜଙ୍ଗଲ ମନ୍ତ୍ରୀ ପରିମଲ ସୁକଲାବୈଦ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଦୋଷୀଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି।

[ad_2]
Show More
Back to top button