ଅଭିନେତ୍ରୀ ନୈନତାରା ଓ ତାଙ୍କ ବୟଫ୍ରେଣ୍ଡ କରୋନାରେ ଆକ୍ରାନ୍ତ କି?

ନୂଆଦିଲ୍ଲୀ: ଦକ୍ଷିଣୀ ସୁପରଷ୍ଟାର ନୈନତାରା ଓ ତାଙ୍କ ବୟଫ୍ରେଣ୍ଡ ତଥା ନିର୍ଦ୍ଦେଶକ ଭିଗନେଶ ଶିବାନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୋଶାଲ ମିଡିଆ ଓ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏପରି କି ଉଭୟ ଚେନ୍ନାଇର ଇଗମୋରରେ କ୍ୱାରେଣ୍ଟାଇନରେ ଥିବା କୁହାଯାଇଥିଲା।

ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି ଉଭୟ ସାମ୍ନାକୁ ଆସି ଏହି ଖବରକୁ ଖଣ୍ଡନ କରିଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟରେ ଉଭୟ ନିଜର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅପଡେଟ ଦେବା ସହ ସେମାନେ ସଂପୂର୍ଣ୍ଣ ସୁସ୍ଥ ରହିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ

ଭିଗନେଶ ଶିବାନ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଉଭୟ ଡ୍ୟାନ୍ସ କରିବା ସହ ଫେସ ଆପ ଜରିଆରେ ନିଜକୁ ଛୋଟ ପିଲାଙ୍କ ଭଳି ସଜାଇଛନ୍ତି। ସେ ଲେଖିଛନ୍ତି, “ଆମ ସମ୍ପର୍କରେ ନ୍ୟୁଜ ପ୍ରକାଶ ପାଇବା ପରେ ଆମେ ଏହାକୁ ଏମିତି ହିଁ ଦେଖିଥାଉ। କରୋନା ଓ ଆମକୁ ନେଇ ପରିକଳ୍ପନା କରି ଖବର ପ୍ରକାଶ କରିଥିବା ପ୍ରେସ ଓ ସୋଶାଲ ମିଡିଆ ବ୍ୟବହାରୀ ସୁଇଟହାର୍ଟଙ୍କ ପାଇଁ ଏହି ଭଡିଓ। ସେ ଯାହା ହେଉ, ଆମେ ସୁସ୍ଥ ଓ ସୁରକ୍ଷିତ ରହିଛୁ।”



[ad_2]

Exit mobile version