ଅପ୍ସରାଙ୍କୁ ପ୍ରଶଂସା ଆଳରେ ‘ଓଡ଼ିଶା’କୁ ନିଚ୍ଚ ଦେଖାଇଲେ ରାମୁ, ମିଳିଲା କଡ଼ା ଜବାବ


ଭୁବନେଶ୍ୱର(ସତ୍ୟଶିଖା):ଓଡ଼ିଆ ହିରୋଇନ୍ଙ୍କୁ ପ୍ରଶଂସା ଆଳରେ ଓଡ଼ିଶାକୁ ନିଚ୍ଚ ଦେଖାଇଲେ ବଲିଉଡ୍ର ଜଣାଶୁଣା ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା। ତାଙ୍କ ଆଗାମୀ ଫିଲ୍ମରେ ଜଣେ ଓଡ଼ିଆ ଝିଅଙ୍କୁ ସୁଯୋଗ ଦେଇ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସତ, ହେଲେ ଓଡ଼ିଶାର ପରିଚୟକୁ ନେଇ ଆକ୍ଷେପମୂଳକ ମନ୍ତବ୍ୟ ରଖିଛନ୍ତି। ଏନେଇ ରାମଗୋପାଲ ବର୍ମା କରିଥିବା ଟ୍ୱିଟ୍କୁ ନେଇ ଝଡ଼ ସୃଷ୍ଟି ହୋଇଛି। ଓଡ଼ିଶାକୁ ନିଚ୍ଚ ଦେଖାଇ ଅପମାନିତ କରିବାକୁ ହୀନ ପ୍ରୟାସ କରିଥିବା ରାମ ଗୋପାଲ ବର୍ମାଙ୍କୁ ମିଳିଛି କଡ଼ା ଜବାବ। ତାଙ୍କ ଟ୍ୱିଟ୍ରେ ଅନେକ ଓଡ଼ିଆ ରି-ଟ୍ୱିଟ୍ କରି ନିଜର କ୍ଷୋଭ ପ୍ରକାଶ କରିବା ଏହା ପରେ ଭୁଲ୍ ସୁଧାରିଛନ୍ତି ରାମ ଗୋପାଲ।
Before meeting Apsara,I dint even hear about Orissa since the 1999 hurricane..but after meeting her now ,I realised that Orissa creates all kinds of hurricanes..it’s been a great revelation that Orissa has such beauties ..MORE POWER TO ORISSA @apsara_rani_ pic.twitter.com/v8MStRM5ab
— Ram Gopal Varma (@RGVzoomin) July 6, 2020
ଉଲ୍ଲେଖଯୋଗ୍ୟ ଯେ, ନିର୍ଦ୍ଦେଶକ ଓ ପ୍ରଯୋଜକ ରାମ ଗୋପାଳ ବର୍ମା ଏକ ନୂଆ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏ ଫିଲ୍ମର ନାଁ ରଖିଛନ୍ତି ‘ଥ୍ରୀଲର୍’। ଏହି ଫିଲ୍ମରେ ସେ ଓଡ଼ିଶାର ଅପ୍ସରା ରାଣୀଙ୍କୁ ସୁଯୋଗ ଦେଇଛନ୍ତି। ଆଉ ରାମ ଗୋପାଳ ବର୍ମାଙ୍କ ଏହି ନୂଆ ହିରୋଇନ୍ ଅପ୍ସରା ଏବେ ରାତାରାତି ଇଣ୍ଟରନେଟ୍ ସେନ୍ସେସନ୍ ପାଲଟି ଯାଇଛନ୍ତି। ତାଙ୍କ ଫଟୋ ଖୁବ୍ ଭାଇରାଲ୍ ହେଉଛି। ରାମ ଗୋପାଲ ବର୍ମା ମଧ୍ୟ ଅପ୍ସରାଙ୍କ ଉପରେ ବେଶ୍ ଫିଦା ଓ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ,“ ଅପ୍ସରାଙ୍କୁ ଭେଟିବା ପୂର୍ବରୁ ୧୯୯୯ରେ ହରିକେନ ପରେ ମୁଁ ଓରିଶା(Orissa) ବିଷୟରେ ସେତେଟା କିଛି ଶୁଣି ନଥିଲି। ଏବେ ମୁଁ ତାଙ୍କୁ ଭେଟିବା ପରେ ଓରିଶା ଅନେକ ପ୍ରକାରର ‘ହରିକେନ୍’ ସୃଷ୍ଟି କରିପାରେ ବୋଲି ଅନୁଭବ ହେଲା। ଏବେ ଜଣାପଡ଼ିଲା ଓରିଶାରେ ବି ଏମିତି ଅପୂର୍ବ ସୁନ୍ଦରୀ ଥାଇପାରନ୍ତି”।
Hello Mr Varma!!
Now that you’ve heard of my state #Odisha let’s get few facts straight here.
1. It’s Odisha not Orissa.
2. In 1999 it was super cyclone not a hurricane. Please Google it in case you don’t know the difference between the two.
Honestly I didn’t know you’re…1/2— Soumyakanta Mishra™©ସୌମ୍ୟକାନ୍ତ ମିଶ୍ର (@skmishra86) July 7, 2020
ତେବେ ତାଙ୍କର ଏହି ଟ୍ୱିଟ୍କୁ ନେଇ ଅନେକ ନାପସନ୍ଦ କରିଛନ୍ତି।
1-Mira Nair- Indian Filmmaker & actress based in New York. She is frm Rourkela Odisha.
2-Nandita Das-Indian Filmmaker, daughter of renewed painter Padma Bhushan Jatin Das. @nanditadas
3-Sona Mohapatra- an Indian Singer, music composer and lyricist from Odisha. @sonamohapatra— Journalist Pragnya Choudhury (@Pari_Choudhury) July 7, 2020
ଜଣେ ପ୍ରତିଭାକୁ ସୁଯୋଗ ଦେବା ଭଲ କଥା, ହେଲେ ଓଡ଼ିଶାର ବହୁ ମହନୀୟ ପ୍ରତିଭା ବିଷୟରେ ନଜାଣି ଏମିତି ମତ ରଖିବା ରାମଗୋପାଲ ବର୍ମା ନିଜ ଅଜ୍ଞତାର ପରିଚୟ ଦେଇଛନ୍ତି ବୋଲି ଅନେକ ଟ୍ୱିଟ୍ କରିଛନ୍ତି।
ଆହୁରି ପଢ଼ନ୍ତୁ
You are all messed up.
Orissa is Odisha.
Hurricane is Cyclone in India.
Utkala the earlier name of Odisha means उत्कृष्ट कलायाः देशः यः सः उत्कलः . The ancient name Kalinga means “One who Knows the Arts and the Skills.” So don’t demean the arts, culture & beauty of our state!😬— Suchendu K. Subudhi (@SuchenduK) July 7, 2020
ତେବେ ଅନେକ ଓଡ଼ିଆ ତାଙ୍କ ଟ୍ୱିଟ୍ରେ ପ୍ରତିକ୍ରିୟା ରଖିବା ପରେ ପରବର୍ତ୍ତୀ ଟ୍ୱିଟ୍ରେ ରାମଗୋପାଲ ବର୍ମା ନିଜ ଭୁଲ ସୁଧାରିଛନ୍ତି।
ଏଥର ସେ ଓରିଶା ବଦଳରେ ଓଡ଼ିଶା ଲେଖିଛନ୍ତି। ସେହିପରି ଓଡ଼ିଶାରେ ପ୍ରତିଭା ଭରପୂର ଅଛନ୍ତି ବୋଲି ସ୍ପଷ୍ଟୀକରଣ ରଖିଛନ୍ତି।
Oh who is ram gopal berma? Bloody nonsens
1.puri (chardham jatra could not complete without puri)
2.Konark (listed as one of the World Heritage Sites by UNESCO)
3. Odisi dance which represents odisha
4. Sambalpuri sarees which are origin from odisha n high class people know— Lony (@Lony47245731) July 8, 2020
ସେପଟେ ରାମଗୋପାଲଙ୍କ ଏମିତି ବିବାଦୀୟ ଟ୍ୱିଟ୍କୁ ନେଇ ନିଜେ ଅପ୍ସରା ରାଣୀ ମଧ୍ୟ ପ୍ରତିକ୍ରୀୟା ରଖିଛନ୍ତି।
Columbus Verma guess you’re the same, maker of RGV ki Aag. Odisha happens to chosen, blessed few. Obviously cads won’t know. Hiding behind lingerie to salvage career should help. Fools rush in where angels fear to trade.Odisha rambling is bad taste. Watch out
— Charudutta Panigrahi (@Charudutta) July 8, 2020
‘ସାର୍, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି। କିନ୍ତୁ ମୁଁ ଗୋଟେ ସୁଯୋଗ ପାଇଛି। ମୁଁ ଆଶା କରୁଛି ଦେଶର ବାକି ଭାଗ ଏହାକୁ ସ୍ୱୀକୃତି ଦେବ ଓ ଓଡ଼ିଶାର ପ୍ରତିଭାଙ୍କୁ ଗୁରୁତ୍ୱ ଦେବ।’
ଆହୁରି ପଢ଼ନ୍ତୁ
[ad_2]