ଭୁବନେଶ୍ୱର(ସତ୍ୟଶିଖା): କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଥିବା ବେଳେ ସ୍କୁଲ, କଲେଜ ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଘୋର ବାଧାପ୍ରାପ୍ତ ହୋଇଛି। ଏପରି ସମସ୍ୟାରୁ ମୁକୁଳିବା ଲାଗି ଏଣିକି ଅନ୍ଲାଇନ୍ରେ ପାଠ ପଢିବେ ଯୁକ୍ତ ୨ ଛାତ୍ରଛାତ୍ରୀ।
ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟ୍ସ ଆପ୍ ଗ୍ରୁପ କରିବେ। ଏହା ମାଧ୍ୟମରେ ଅନ୍ଲାଇନ୍ କ୍ଲାସରେ ହେବ ପାଠପଢ଼ା। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।
ଆହୁରି ପଢ଼ନ୍ତୁ
କରୋନା ମହାମାରୀ ଲାଗି କଲେଜ ଖୋଲି ଶିକ୍ଷାଦାନ କରିବା ଅସମ୍ଭବ ହେଉଥିବାରୁ ଏହି ବିକଳ୍ପ ବ୍ୟବସ୍ଥା ଦ୍ୱାରା ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ପାଠ ପଢାଯାଇପାରିବ ବୋଲି ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି।
ହ୍ୱାଟ୍ସଆପ୍ ଗ୍ରୁପ ମାଧ୍ୟମରେ ନିଜ ନିଜ ବିଷୟରେ ଇଣ୍ଟରନେଟ ଲିଙ୍କ୍ ଯୋଗାଇଦେବେ ଅଧ୍ୟାପକ । ପ୍ରତି ୧୫ ଦିନରେ ଥରେ ଅନ୍ଲାଇନ ଡାଉଟ୍ କ୍ସିଅରିଂ କ୍ଲାସ୍ ନେବେ। ଅନ୍ ଲାଇନ୍ କ୍ଲାସ୍ ସଠିକ୍ ଭାବେ ଚାଲିଛି କି ନାହିଁ ସେନେଇ କଲେଜ ଅଧ୍ୟକ୍ଷମାନେ ପ୍ରତି ମାସରେ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବେ।
ଆହୁରି ପଢ଼ନ୍ତୁ
[ad_2]