ଅନୁଷ୍କାଙ୍କ ସହ ରୋମାଣ୍ଟିକ ଫଟୋ ଶେଆର୍ କଲେ ବିରାଟ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଲକଡାଉନ୍ ସମୟରେ ନିଜ ଘରେ ରହିଛନ୍ତି। ବିରାଟ୍ ମୁମ୍ବାଇସ୍ଥିତ ନିଜ ଘରେ ପତ୍ନୀ ଅନୁଷ୍କା ଏବଂ ନିଜ ଡଗ୍ (କୁକୁର) ସହ ଅଛନ୍ତି। ଏହା ମଧ୍ୟରେ ସେ ନିଜ ପ୍ରଶଂସକଙ୍କ ସହ ସୋଶାଲ୍ ମିଡିଆରେ ଖୁବ୍ ସମୟ ବିତାଉଛନ୍ତି। ଏହି ଅବସରରେ କୋହଲି ସୋମବାର ଏକ ଫଟୋ ଶେଆର୍ କରିଛନ୍ତି, ଯେଉଁଥିରେ କୋହଲି ଓ ଅନୁଷ୍କା ଓ ତାଙ୍କ ଡଗ୍ (କୁକୁର) ତଳେ ଶୋଇଛନ୍ତି ଏବଂ ବହୁତ ଖୁସି ନଜର ଆସୁଛନ୍ତି।

ଆହୁରି ପଢ଼ନ୍ତୁ

ଏହି ଫଟୋ ପୋଷ୍ଟ କରି ବିରାଟ୍ ଲେଖିଛନ୍ତି, ଜୀବନର ଅସଲ ବାସ୍ତବତା ବିଷୟରେ ଜାଣିବା ହିଁ ଈଶ୍ୱରଙ୍କ ଆଶୀର୍ବାଦ। ଏହା ପୂର୍ବରୁ କୋହଲି ଲକଡାଉନ୍ ସମୟରେ ସୋଶାଲ ମିଡିଆରେ ନିଜର ମତ ମଧ୍ୟ ରଖୁଛନ୍ତି। ଭାରତ ସରକାର ସରକାର ଏହି ମହାମାରୀ ଯୋଗୁ ପୂରା ଦେଶରେ ଲକଡାଉନ୍ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ କୋହଲି ସୋଶାଲ ମିଡିଆ ଜରିଆରେ କରୋନାଭାଇରସ୍ ଲଢ଼େଇରେ ସହାୟତା କରୁଥିବା ବ୍ୟକ୍ତିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।

କୋହଲି ଦିଲ୍ଲୀ ପୁଲିସର କାମକୁ ଖୁବ୍ ପ୍ରଶଂସା କରିଥିଲେ। ଏହାଛଡ଼ା ସେ ଜୁନିୟର୍ ଗଲ୍ଫର ଅର୍ଜୁନ ଭାଟିଙ୍କ ପ୍ରଶଂସା ମଧ୍ୟ କରିଥିଲେ। ନୋଏଡାରେ ରହୁଥିବା ଅର୍ଜୁନ ନିଜର ସମସ୍ତ ୧୦୨ ଟ୍ରଫିକୁ ବିକି ଏଥିରୁ ମିଳିଥିବା ଅର୍ଥକୁ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି। ଖୋଦ୍ କୋହଲି ମଧ୍ୟ କେନ୍ଦ୍ର ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।



[ad_2]

Exit mobile version