ଦେଶସ୍ୱାସ୍ଥ୍ୟ

COVID ସଂକ୍ରମିତ ଶିଶୁଙ୍କ ଠାରେ ଆହୁରି ବଡ଼ ବିପଦ, ଦେଖାଯାଉଛି Kawasaki ଲକ୍ଷଣ l

ସତ୍ୟଶିଖା ( ନୂଆଦିଲ୍ଲୀ ) ୧୮।୭: ସାରା ଦେଶରେ କରୋନା ଭାଇରସ ମହାମାରୀ ଏବେ ଆତଙ୍କ ସୃଷ୍ଟି କରିଥିବା ବେଳେ ଦିଲ୍ଲୀ ହସ୍ପିଟାଲମାନଙ୍କରେ ଭର୍ତ୍ତି ସଂକ୍ରମିତ ଶିଶୁଙ୍କ ଠାରେ କାୱାସାକୀ ଲକ୍ଷଣ ଦେଖାଯାଉଥିବା ଜଣାପଡିଛି। ସଂକ୍ରମିତଙ୍କ ଶରୀରରେ  ଚକା ଚକା ଲାଲ ଚିହ୍ନ ଦେଖାଯିବା ସହ ଫୁଲାପଡି ଜ୍ୱର ଆସୁଛି। ଯାହାକୁ ଡାକ୍ତରମାନେ କାୱାସାକୀ ଲକ୍ଷଣ ବୋଲି କହୁଛନ୍ତି।

କାୱାସାକୀ ଲକ୍ଷଣ କ’ଣ?
ଡାକ୍ତରଙ୍କ କହିବା ଅନୁସାରେ କାୱାସାକୀ ଏକ ପ୍ରକାର ସିଣ୍ଡ୍ରୋମ। ଯାହାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ତେବେ କୁହାଯାଉଛି ଏହି ସିଣ୍ଡ୍ରୋମ ପ୍ରକାଶ ପାଇଥିବା ଶିଶୁଙ୍କ ବୟସ ଯଦି ୫ ବର୍ଷରୁ କମ୍‌ ହୋଇଥାଏ ତେବେ ସେମାନଙ୍କ ଲାଗି ଏହା ଘାତକ ବି ହୋଇପାରେ। ଏଥିରେ ପିଲାଠାରେ ୫ ଦିନ ପର୍ଯ୍ୟନ୍ତ ଜ୍ୱର ବି ରହିପାରେ।

ଦିଲ୍ଲୀ କଳାବତୀ ହସ୍ପିଟାଲରେ ମିଳିଛି ସନ୍ଦିଗ୍ଧ କେସ୍
ଦେଶରେ ଶିଶୁଙ୍କ ଲାଗି ଥିବା ବଡ ହସ୍ପିଟାଲ ମଧ୍ୟରେ ଅନ୍ୟତମ କଲାବତୀ ସରନ୍‌ ହସ୍ପିଟାଲରେ ପ୍ରଥମ କରି ଡାକ୍ତରମାନେ ଶିଶୁ ଆକ୍ରାନ୍ତଙ୍କ ଠାରେ ଏହି ସିଣ୍ଡ୍ରୋମ ଚିହ୍ନଟ କରିଛନ୍ତି। ତେବେ ହସ୍ପିଟାଲର ମୁଖ୍ୟ ଡାକ୍ତର ବୀରେନ୍ଦ୍ର କୁମାର ଏହା ସଂକ୍ରମଣର ସାଧାରଣ ଲକ୍ଷଣ ବୋଲି କହିଛନ୍ତି। ସାରା ଦୁନିଆରେ ଡାକ୍ତର ମଧ୍ୟ ଏହା କୁହନ୍ତି। ହେଲେ ଆମେ ଏବେ ମହାମାରୀ ସମୟ ଦେଇ ଗତି କରୁଛେ। ଏଣୁ ହୁଏତ ଏହା କୋଭିଡ-୧୯ ସମ୍ବଦ୍ଧିତ ବି ହୋଇଥାଇପାରେ ବୋଲି ସେ କହିଛନ୍ତି।

ପ୍ରାଣ ହରାଇଛି ଗୋଟିଏ ଶିଶୁ
ଏହି ହସ୍ପିଟାଲରେ କୋଭିଡ ଆକ୍ରାନ୍ତ ଥାଇ ଭର୍ତ୍ତି ଥିବା ଶିଶୁଙ୍କ ମଧ୍ୟରୁ ଗୋଟିକର ମୃତ୍ୟୁ ହୋଇଛି। ଶିଶୁଠାରେ ମଧ୍ୟ କାୱାସାକୀ ଲକ୍ଷଣ ଥିଲା। ହେଲେ କାୱାସାକୀ ଅଥବା କୋଭିଡ ଯୋଗୁ ଶିଶୁର ମୃତ୍ୟୁ ହୋଇ ନଥାଇପାରେ ବୋଲି ଡା. ବୀରେନ୍ଦ୍ର କହିଛନ୍ତି। ଶିଶୁଟି ଅନଏକ୍ସପ୍ଲେଣ୍ଡ ଟେଚୀକାର୍ଡିଆରେ ଆକ୍ରାନ୍ତ ମଧ୍ୟ ଥିଲା ବୋଲି ସେ କହିଛନ୍ତି।

ଡବ୍ଳୁଏଚଓ ମଧ୍ୟ କରିଛନ୍ତି ସତର୍କ
କୋଭିଡ ଆକ୍ରାନ୍ତ ଶିଶୁଙ୍କ ଠାରେ କାୱାସାକୀ ଓ ଟାକ୍ସିକ୍ ସକ୍ ସିଣ୍ଡ୍ରୋମର କିଛି ଲକ୍ଷଣ ମିଳିଥିବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ସତର୍କ କରିଛନ୍ତି। ଉତ୍ତର ଆମେରିକା ଓ ଇୟୁରୋପର କେତେକ ସ୍ଥାନରେ କୋଭିଡ ଆକ୍ରାନ୍ତ ଶିଶୁଙ୍କ ଦେହରେ ସଂକ୍ରମଣ କାଳରେ ଏପରି ଲକ୍ଷଣ ଦେଖାଯାଇଥିଲା। ତେବେ ସେଠାରେ କୌଣସି ଶିଶୁଙ୍କ ମୃତ୍ୟୁ ହୋଇନାହିଁ ।

Show More
Back to top button