ଅନୁମତି ବିନା ବିବାହ କାର୍ଯ୍ୟ କଲେ ବନ୍ଧା ହେବେ ପୁରୋହିତ


ବ୍ରହ୍ମପୁର (ସତ୍ୟଶିଖା): ବିନା ଅନୁମତିରେ ବିବାହ କାର୍ଯ୍ୟ କରାଇଲେ ବନ୍ଧା ହେବେ ପୁରୋହିତ। ଆଜି ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ଜିଲ୍ଲା ପ୍ରଶାସନ କୁହାଯାଇଛି ଯେ, ସବ୍ ଡିଭିଜନାଲ୍ ମାଜିଷ୍ଟ୍ରେଟଙ୍କଠାରୁ ଅନୁମତି ପାଇବା ପରେ ହିଁ ବିବାହ ଉତ୍ସବ କରାଯାଇପାରିବ। କୋଭିଡ୍ ଗାଇଡଲାଇନ୍ ପାଳନ କରି ଅଳ୍ପ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ବିବାହ ଉତ୍ସବ କରାଯିବ। ଯଦି ବିନା ଅନୁମତିରେ ବିବାହ କାର୍ଯ୍ୟ କରାଯାଉଥାଏ, ତା’ହେଲେ ବିବାହ କାର୍ଯ୍ୟ କରାଉଥିବା ପୁରୋହିତଙ୍କ ବିରୋଧରେ ଏଫ୍ଆଇଆର ଦାଏର ହେବ।
ଆହୁରି ପଢ଼ନ୍ତୁ
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ୧,୪୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୯୩ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟମାନେ ବିଭିନ୍ନ କୋଭିଡ ହସପିଟାଲରେ ଚିକତ୍ସାଧୀନ ଅଛନ୍ତି। କରୋନାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି।
ଆହୁରି ପଢ଼ନ୍ତୁ
[ad_2]