ଦେଶ

ଅନଲାଇନ୍ ଶିକ୍ଷା ଉପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ୍

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରଭାବ ପିଲାମାନଙ୍କ ପାଠ୍ୟକ୍ରମ ଉପରେ ମଧ୍ୟ ପକାଇଛି। ଏଭଳି ସଙ୍କଟପୂର୍ଣ୍ଣ ସମୟରେ ପିଲାମାନଙ୍କ ସ୍କୁଲ ଯିବା ଉପରେ କଟକଣା ଲଗାଯାଇଛି। ତେଣୁ ପିଲାମାନଙ୍କର ପାଠପଢ଼ା ଯେପରି ଅଧିକ ପ୍ରଭାବିତ ନହେବ, ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆହୁରି ପଢ଼ନ୍ତୁ

ଲକଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ଅନଲାଉନ୍ ଶିକ୍ଷାର ସୁବିଧା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏନସିଇଆରଟିର ସମସ୍ତ ଟିଭି ଚ୍ୟାନେଲରେ ଉପଲବ୍ଧ ହେବ ଡିଜିଟାଲ୍ ପାଠ୍ୟକ୍ରମ। ଏ ନେଇ ରୋଟାରୀ ଇଣ୍ଡିଆ ହ୍ୟୁମାନିଟି ଫାଉଣ୍ଡେସନ ଓ ନ୍ୟାଶନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ସଂସ୍ଥା ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି।

ରୋଟାରୀ ଇଣ୍ଡିଆର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନସିଇଆରଟିର ସମସ୍ତ ଟିଭି ଚ୍ୟାନେଲରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଡିଜିଟାଲ୍ ପାଠ୍ୟକ୍ରମ ଉପଲବ୍ଧ ହେବ। ପ୍ରାଥମିକ ପର୍ଯ୍ୟାୟରେ ହିନ୍ଦୀ ଓ ଇଂରାଜୀ ଦୁଇଟି ଭାଷାରେ ଏହି ପାଠ୍ୟକ୍ରମ ଉପଲବ୍ଧ ହେବ। ପରେ ଅନ୍ୟାନ୍ୟ ଭାରତୀୟ ଭାଷାରେ ଡିଜିଟାଲ୍ ପାଠ୍ୟକ୍ରମ ଉପଲବ୍ଧ ହେବ। ଏହା ଦ୍ୱାରା ଲକଡାଉନ୍ ବେଳେ ଛାତ୍ରଛାତ୍ରୀ ଘରେ ରହି ପାଠ ପଢ଼ିବାର ସୁଯୋଗ ପାଇ ପାରିବେ।

[ad_2]
Show More
Back to top button