ଦେଶ

ଅନଲକ-୨ରେ ଏହି ସବୁ ନିୟମ ପାଳନ କରିବାକୁ ବାଧ୍ୟ

ନୂଆଦିଲ୍ଲୀ: ଭାରତ ସରକାର ଆଜି କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସବୁ ସ୍ଥାନରେ ଅନଲକ-୨ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଜୁଲାଇ ୩୧ ଯାଏ ଅନଲକ-୨ ଗାଇଡଲାଇନ ପାଳନ କରାଯିବ। ତେବେ ଏହି ସମୟରେ ଦେଶବାସୀ ଏହି ସବୁ ନିୟମ ପାଳନ କରିବାକୁ ବାଧ୍ୟ ବୋଲି ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

ସେଗୁଡ଼ିକ ହେଲା-

୧-ସର୍ବସାଧାରଣ ସ୍ଥାନ, କର୍ମସ୍ଥଳୀ ଓ ଯିବା ଆସିବା ବେଳେ ମାସ୍କ ପିନ୍ଧିବା ଜରୁରୀ।

୨-ସର୍ବସାଧାରଣ ସ୍ଥାନରେ ଅତି କମରେ ୬ ଫୁଟ ଦୂରତା ପାଳନ କରିବାକୁ ସମସ୍ତେ ବାଧ୍ୟ।

୩-ବାହାଘର ବେଳେ ୫୦ରୁ ଅଧିକ ଲୋକ ଏକାଠି ହେବେନି। ଅନ୍ତିମ ସଂସ୍କାର ବେଳେ ୨୦ ଜଣ ଲୋକ ସାମିଲ ହେବେ।

୪-ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ରାଜ୍ୟ ସରକାରମାନେ ଧାର୍ଯ୍ୟ କରିଥିବା ଫାଇନ ଦେବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ

୫-ସର୍ବସାଧାରଣ ସ୍ଥାନରେ ପାନ, ଗୁଟୁଖା, ମଦ ପିଇବା ପୂର୍ବଭଳି ବ୍ୟାନ ରହିବ।

୬-ଯଥା ସମ୍ଭବ ୱାର୍କ ଫର୍ମ ହୋମ ନିୟମ ପାଳନ କରିବାକୁ ହେବ।

୭-ସମସ୍ତ ଅଫିସ, ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନରେ ଥର୍ମାଳ ସ୍କ୍ରିନିଂ, ହ୍ୟାଣ୍ଡୱାଶ ସାନିଟାଇଜର ରଖିବାକୁ ସମସ୍ତେ ବାଧ୍ୟ।

୮-ଅଧିକ ଲୋକ ଆସୁଥିବା ସ୍ଥାନ ଗୁଡ଼ିକୁ ନିୟମିତ ସାନିଟାଇଜ କରିବା ନିହାତି ଜରୁରୀ।

୯-ଅଫିସରେ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା, ଶିଫ୍ଟ ମଧ୍ୟରେ ପର୍ଯ୍ୟାପ୍ତ ଗ୍ୟାପ୍‌ ରଖିବା ଓ କର୍ମଚାରୀଙ୍କୁ ପର୍ଯ୍ୟାୟକ୍ରମେ ଲଞ୍ଚ ବ୍ରେକ ଦେବା ନିୟମକୁ ପାଳନ କରିବାକୁ ସମସ୍ତେ ବାଧ୍ୟ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button