ଖେଳ

ଅଧିନାୟକ ଭାବେ ପିନ୍ଧିଥିବା ପ୍ରଥମ ଟେଷ୍ଟ ଜର୍ସିର ଫଟୋ ଛାଡ଼ିଲେ ପଣ୍ଟିଂ

ମେଲବର୍ଣ୍ଣ: ଟିମ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ୨୨ ବର୍ଷ ଧରି କ୍ରିକେଟ ଜଗତରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଥିବା ରିକି ପଣ୍ଟିଂ ଆଜି ପୁଣି ଏକ ସ୍ମରୀୟ ଫଟୋ ଟ୍ୱିଟରରେ ଶେୟାର କରିଛନ୍ତି। ସେ ୨୦୦୪ରେ ଅଷ୍ଟ୍ରେଲିଆ ଟିମ୍‌ର ନେତୃତ୍ୱ ଟେଷ୍ଟ କ୍ରିକେଟରେ ନେଇଥିଲେ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସେ କ୍ୟାପ୍ଟେନ ଭାବେ ଡେବ୍ୟୁ କରିଥିଲେ।

ଏହି ସମୟରେ ସେ ପିନ୍ଧିଥିବା ଜର୍ସିରେ ଫଟୋରେ ଏକାଧିକ ଶୁଭେଚ୍ଛାର ବାର୍ତ୍ତା ଲେଖାଯାଇଥିଲା। ଆଜି ପଣ୍ଟିଂ ଏହାର ଫଟୋ ଟ୍ୱିଟ କରିଛନ୍ତି। ପଣ୍ଟିଂଙ୍କୁ ଶୁଭେଚ୍ଛା ଜଣାଇ ଜର୍ସିରେ ଦସ୍ତଖତ କରିଥିବା ଖେଳାଳିଙ୍କ ମଧ୍ୟରେ ଆଡାମ ଗିଲଖ୍ରୀଷ୍ଟ, ଶେନ ୱାର୍ଣ୍ଣ, ଡାମିନ ମାର୍ଟିନ ଓ ଜନସନ ଗିଲେସିପ୍‌ ରହିଛନ୍ତି।

ହେଲେ ଶୁଭେଚ୍ଛା ଜଣାଇ ବାର୍ତ୍ତା ଦେଇଥିବା ସାଇମନ କାଟିଚ୍‌ଙ୍କ ଦସ୍ତଖତ ଉପରେ ସମସ୍ତ ନଜର କେନ୍ଦ୍ରୀଭୂତ ହୋଇଛି। ଏଥିରେ କାଟିଚ୍‌ ଲେଖିଥିଲେ, “ପୁଣ୍ଟ ଅଷ୍ଟ୍ରେଲିଆ ଅଧିନାୟକ ଭାବେ ତୁମକୁ ଶୁଭେଚ୍ଛା। ତୁମେ ଲିଡ୍ ନେଇ ଭଲ ଖେଳିବ ବୋଲି ମୁଁ ବେଶ ଭଲ ଭାବେ ଜାଣିଛି।”

ଆହୁରି ପଢ଼ନ୍ତୁ

ରିକି ପଣ୍ଟିଂ କାହିଁକି ତାଙ୍କ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ମନେ ରଖିଛନ୍ତି ସେକଥା ମଧ୍ୟ କହିଛନ୍ତି। ଟେଷ୍ଟରେ ୧୩,୩୭୮ ରନ୍ ସଂଗ୍ରହ କରିଥିବା ପଣ୍ଟିଂ କହିଛନ୍ତି, “ମୁଁ ମୋର ଅଧିନାୟକ ଭାବେ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ମନେ ରଖିବାର ଅନେକ କାରଣ ରହିଛି। ଖରାପ ପିଚ୍‌ରେ ବି ମାର୍ଟିନ ଓ ଡାରେନ ଲେହମାନ ଜବରଦସ୍ତ ବ୍ୟାଟିଂ କରିଥିଲେ। ଆମେ ଏଥିପାଇଁ ବିଜୟ ମଧ୍ୟ ହୋଇଥିଲୁ।”

ମାର୍ଟିନ ଓ ଲେହମାନ ପ୍ରଥମ ଇନିଂସରେ ଯଥାକ୍ରମେ ୪୨ ଓ ୬୩ ରନ୍ କରିଥିଲେ। ଦ୍ୱିତୀୟ ଇନିଂସରେ ଉଭୟ ଶତକ ହାସଲ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ଘରୋଇ ଟିମ ଆଗରେ ୩୫୨ ରନ୍‌ର ଟାର୍ଗେଟ ଧାର୍ଯ୍ୟ କରିଥିଲା।

ଶେନ ୱାର୍ଣ୍ଣ ୪୩ ରନ୍‌ ଦେଇ ୫ ୱିକେଟ ଦଖଲ କରିବାରୁ ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ୧୯୭ ରନ୍‌ରେ ଜିତି ନେଇଥିଲା। ପଣ୍ଟିଂଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୭୭ଟି ମ୍ୟାଚ୍‌ ଖେଳି ୪୮ଟିରେ ବିଜୟୀ ହୋଇଛି। ସେହିପରି ଅଷ୍ଟ୍ରେଲିଆ ୬ ବର୍ଷ ମଧ୍ୟରେ ୧୬ଟି ମ୍ୟାଚ୍‌ ହାରିଥିଲା।



[ad_2]

Show More
Back to top button