ଅଧିକ ଟ୍ରେନ୍ ଆସିବା ଉପରେ ଆପତ୍ତି ଉଠାଇଲା ଓଡ଼ିଶା

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଓଡ଼ିଶାକୁ ଅଧିକ ଟ୍ରେନ୍ ଆସିବା ଉପରେ ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି । କରୋନା ସଂକ୍ରମଣ ଆଶଙ୍କାକୁ ଏଡ଼ାଇବା ପାଇଁ ଓଡ଼ିଶାରେ ଟ୍ରେନ ଚଳାଚଳକୁ ହ୍ରାସ କରିବା ନିମନ୍ତେ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ

ମିଳିଥିବା ସୂଚନା ଅନୁସାରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଗତକାଲି ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାକୁ ଟ୍ରେନ ଚଳାଚଳକୁ ହ୍ରାସ କରିବାକୁ ଅନୁରୋଧ କରିଛନ୍ତି। ଓଡ଼ିଶା ଦେଇ ଯାଉଥିବା ଟ୍ରେନ ସଂଖ୍ୟା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ନବଢ଼ାଇବା ଓ ଆନ୍ତଃରାଜ୍ୟ ଟ୍ରେନଗୁଡ଼ିକୁ ରାଜ୍ୟର ସୀମିତ ଷ୍ଟେସନରେ ରଖିବାକୁ ଅନୁମତି ଦେବାକୁ କହିଛନ୍ତି। ଏହାସହିତ ନୂଆ ଟ୍ରେନ ଚଳାଚଳକୁ ଓଡ଼ିଶାରେ ରହଣୀ ପାଇଁ ଅନୁମତି ନଦେବାକୁ ଶ୍ରୀ ତ୍ରିପାଠୀ କହିବା ସହ ହାୱଡା-ଚେନ୍ନାଇ ଯାଉଥିବା ଟ୍ରେନଗୁଡ଼ିକ ଓଡ଼ିଶାର ସୀମିତ ଷେ୍‌ଯସନରେ ରହୁ ବୋଲି ଦାବି କରିଛନ୍ତି। ଏହି ରୁଟରେ କେବଳ ବାଲେଶ୍ୱର, ଭଦ୍ରକ, କଟକ ଷ୍ଟେସନରେ ଟ୍ରେନ ରହୁ ବୋଲି ଶ୍ରୀ ତ୍ରିପାଠୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Exit mobile version