ଅଟୋ ଚାଳକଙ୍କୁ ଦୁଃଖ ଦେଇଗଲା ‘କରୋନା’

ରାଉରକେଲା(ପବନ ତିୱାରୀ): ଦିନ ସାରା ଯାହା ରୋଜଗାର ହୁଏ ସେଥିରେ ପୂରା ପରିବାର ଚଳେ। ଯେଉଁ ଦିନ ରୋଜଗାର ନାହିଁ, ସେ ଦିନ ପରିବାର ଚଳେଇବା କଷ୍ଟ ହୁଏ। ବେଳେ ବେଳେ ତ ପାଣି ପିଇ ଶୋଇବାକୁ ପଡ଼ିଥାଏ। ଏ ଦୁଃଖ ଜଣେ କି ଦୁଇ ଜଣଙ୍କର ନୁହେଁ। ରାଉରକେଲା ସହରରେ ଗାଡ଼ି ଚଳାଇ ପେଟ ପୋଷୁଥିବା ଶହଶହ ଅଟୋ ଚାଳକଙ୍କ ଦୁଃଖ। ‘କରୋନା’ ଯୋଗୁ ସବୁ ଠପ୍‌ ହୋଇଯାଇଛି। ଯେଉଁଥିପାଇଁ ପରିବାର ଚଳାଇବା ସେମାନଙ୍କ ପକ୍ଷେ ଦୁର୍ବିଶହ ହୋଇପଡ଼ିଛି।

ରାଉରକେଲା ସହରରେ ପ୍ରାୟ ୮ ହାଜର ଅଟୋ ପ୍ରତ୍ୟେକ ଦିନ ଲୋକଙ୍କୁ ସେବା ଯୋଗାଇ ଥାଆନ୍ତି। ‘କରୋନା’ ଯୋଗୁ ମାର୍ଚ୍ଚ ୨୨ ତାରିଖଠାରୁ ଆଜି ଯାଏ କାମ ପୂରା ଠପ୍‌। ଲକ୍‌ଡାଉନ୍‌ ଯୋଗୁ ବାହାରକୁ କେହି ବାହାରୁ ନଥିବାରୁ ଯାତ୍ରୀ ପରିବହନ ବନ୍ଦ ରହିଛି। ସେଥିପାଇଁ ଘର ଆଗରେ ଠିଆ ହୋଇଛି ଅଟୋ। ଯଦି ବା କୌଣସି କାମରେ ଅଟୋରେ ବାହାରିଲେ ରାସ୍ତାରେ ପୁଲିସ ଗୋଡ଼ାଇ ଗୋଡ଼ାଇ ପିଟୁଛି। ଏପରିସ୍ଥିତିରେ କେମିତି ଚାଲିବ ପରିବାର? ତାକୁ ନେଇ ଅଟୋ ଚାଳକମାନେ ଚିନ୍ତାରେ ପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ

ମହାମାରୀ ‘କରୋନା’ ସାରା ବିଶ୍ୱକୁ ଗ୍ରାସ କରିଛି। ଏଥିରୁ ବର୍ତ୍ତି ପାରିନାହାନ୍ତି ଗରିବ, ଧନୀ, ଚାକିରିଆ, ବ୍ୟବସାୟୀ, ଅଟୋ ଓ ରିକ୍ସା ଚାଳକ। ରୋଜଗାର ଓ ପରିବାରକୁ ନେଇ ସମସ୍ତେ ଏବେ ଚିନ୍ତାରେ।

ଲକ୍‌ଡାଉନ୍‌ ସୃଷ୍ଟି ହେଉଥିବା ଅସୁବିଧାର ସମାଧାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ ପାଇଁ ବହୁ ଯୋଜନା ଘୋଷଣା କରିଛନ୍ତି। ହେଲେ ଅଟୋ ଚାଳକ ପରିବାର ପ୍ରତି ସରକାର ଭୁଲି ଯାଇଛନ୍ତି।

[ad_2]
Exit mobile version