ଦେଶ

ଅଙ୍କ ମାଷ୍ଟରରୁ ଟପ୍ ଆତଙ୍କୀ, ପଢ଼ନ୍ତୁ ରିଆଜର କ୍ରାଇମ୍ କୁଣ୍ଡଳୀ

ଶ୍ରୀନଗର: ପୁଲଓ୍ୱାମାର ଅଓ୍ୱନ୍ତିପୋରାରେ ଆଜି ହିଜବୁଲ ଆତଙ୍କୀ ସଂଗଠନର ଟପ୍ ଆତଙ୍କବାଦୀ ରିଆଜ ନାଇକୁର ମୁଣ୍ଡ ଗଡ଼ାଇଛନ୍ତି ଯବାନ। ବୁରହାନ ବାନିର ମୃତ୍ୟୁ ପରେ ହିଜବୁଲ ରିଆଜକୁ କମାଣ୍ଡର ଭାବରେ ନିଯୁକ୍ତ କରିଥିଲା। ଭାରତୀୟ ସେନା ମଧ୍ୟ ରିଆଜର ମୁଣ୍ଡ ପାଇଁ ୧୨ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଥିଲା। ସେନା ଆଜି ରିଆଜର ମଣ୍ଡ ଗଡ଼ାଇବା ପରେ ରବିବାର ଓ ସୋମବାର ଶହୀଦ ହୋଇଥିବା ଯବାନଙ୍କ ପ୍ରତିଶୋଧ ନେଇଥିବା କୁହାଯାଉଛି।

ରିଆଜ ନାଇକୁ(୩୫) ଜଣେ ଏ++ ଆତଙ୍କବାଦୀ ଶ୍ରେଣୀରେ ରଖାଯାଇଥିଲା। ସରକାର ରିଆଜ ପାଇଁ ୧୨ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ। ସବୁଠୁ ବଡ଼ କଥାହେଲା ରିଆଜୁ ଆତଙ୍କବାଦୀ ହେବା ପୂର୍ବରୁ ଗଣିତ ବା ଅଙ୍କ ସାର୍ ଥିଲା।

ପୁଲିସ ପରିବାର ସଦସ୍ୟଙ୍କ ଅପହରଣ କରିବା ସହିତ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ବନ୍ଧୁକରେ ସଲାମି ଦେଉଥିଲା ଏହି ଆତଙ୍କୀ। ଏମିତିକି କଶ୍ମୀରର ଅନେକ ଯୁବକଙ୍କୁ ଆତଙ୍କବାଦରେ ସାମିଲ୍ ହେବାକୁ ଉସକାଉଥିଲା।

ଗତବର୍ଷ ରିଆଜ ଅହମଦ ନାଇକୁର ବାପା ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ପୁଅ ଇଞ୍ଜିନିୟର ହେବାକୁ ଚାହୁଁଥିଲା। ସେ ଅଙ୍କର ଭଲ ମାର୍କ ରଖୁଥିଲା। କନଷ୍ଟ୍ରକସନ କାମରେ ରୁଚି ରଖୁଥିଲା। ଯୁକ୍ତ ୨ରେ ୬୦୦ରୁ ୪୬୪ ନମ୍ୱର ରଖିଥିଲା ରିଆଜ୍। ଘରୋଇ ସ୍କୁଲରେ ଅଙ୍କ ସାର ଭାବେ ମଧ୍ୟ ଯୋଗ ଦେଇଥିଲା। ତେବେ ରିଆଜ ୨୦୧୮ରେ ହିଜବୁଲରେ ଯୋଗ ଦେବା ପରେ ପରିବାର ଲୋକଙ୍କ ପାଇଁ ସେ ମରିଯାଇଛି ବୋଲି ତାଙ୍କ ବାପା କହିଥିଲେ।

ଆହୁରି ପଢ଼ନ୍ତୁ

୨୦୧୦ରେ ୧୭ ବର୍ଷୀୟ ଅହମ୍ମଦ ମଟୋର ମୃତ୍ୟୁ ହୋଇଥିଲା। ପୁଲିସର ଲୁହବୁହା ଗ୍ୟାସରେ ମଟୋର ମୃତ୍ୟୁ ହୋଇଥିଲା। ଏହାପରେ ଘାଟିରେ ଅନେକ ପରିବର୍ତ୍ତନ ହୋଇଥିଲା। ଅନେକ ଲୋକଙ୍କୁ ପୁଲିସ ଗିରଫ କରିଥିଲା। ସେଥିମଧ୍ୟରେ ରିଆଜ ମଧ୍ୟ ଥିଲା। ୨୦୧୨ରେ ଜେଲରୁ ମୁକୁଳିବା ପରେ ସମ୍ପୂର୍ଣ୍ଣ ବଦଳିଯାଇଥିଲା।

ଏହାପରେ ରିଆଜ ଭୋପାଳରେ ପାଠ ପଢ଼ିବାକୁ ଯିବ କହି ତାଙ୍କ ବାପାଙ୍କ ପାଖରୁ ୭ ହଜାର ଟଙ୍କା ମାଗିଥିଲା। ଏହାପରେ ଜଣାପଡ଼ିଥିଲା ରିଆଜ ହିଜବୁଲରେ ଯୋଗ ଦେଇଛି।

ପୁଲିସ ଉପରେ ଚାପ ପକାଇବା ପାଇଁ ନାଇକୁ ପୁଲିସର ପରିବାର ଲୋକଙ୍କୁ ଅପହରଣ କରିଥିଲା। ଦକ୍ଷିଣ କଶ୍ମୀରରେ ୬ ଜଣ ପୋଲିସ କର୍ମଚାରୀଙ୍କ ୧୧ ଜଣ ପରିବାର ସଦସ୍ୟଙ୍କୁ ଅପହରଣ କରିଥିଲା ଏହି ଆତଙ୍କୀ। ପରେ ସମସ୍ତଙ୍କୁ ମୁକ୍ତ କରିଥିଲା ରିଆଜ। ପ୍ରତି ବଦଳରେ ନାଇକୁଙ୍କ ବାପାଙ୍କୁ ପୁଲିସ ହେପାଜତରୁ ମୁକ୍ତି ମିଳିଥିଲା।

ଏହାପରେ ନାଇକୁ ଆତଙ୍କୀଙ୍କ ମୃତ୍ୟୁରେ ବନ୍ଧୁକରେ ସଲାମି ଦେବାକୁ ପ୍ରୟାସ କରିଥିଲା ୨୦୧୬ ମସିହାରେ ବୁରହାନ ୱାନୀର ମୃତ୍ୟୁ ପରେ ୩୦ ବର୍ଷୀୟ ନାଇକୁ ହିଜବୁଲର ନୂଆ କମାଣ୍ଡର ହୋଇଥିଲା ସେ ଅବନ୍ତୀପୋରାର ନିବାସୀ ଥିଲା। ଗତ ବର୍ଷ ଏକ ଭିଡିଓ ପୋଷ୍ଟ କରି ନାଇକୁ ଚର୍ଚ୍ଚାକୁ ଆସିଥିଲା। ଭିଡିଓରେ ରିଆଜ କଶ୍ମୀରୀ ପଣ୍ଡିତଙ୍କ ଉଦ୍ଦେଶ୍ୟରେ କହିଥିଲା ଯେ ସେମାନେ (ଆତଙ୍କବାଦୀ) ପଣ୍ଡିତମାନଙ୍କର ଶତ୍ରୁ ନୁହଁନ୍ତି।

ଗତକାଲି ରାତିରେ ହିଜବୁଲରର ଟପ୍ କମାଣ୍ଡର ରିଆଜ୍ ନାଇକୁ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା।

[ad_2]
Show More
Back to top button