ଅଖିଲେଶଙ୍କ ନିକଟତର ହେଉଛନ୍ତି ଦାଦା ଶିବପାଲ, ଗଢ଼ିବେ କି ନୂଆ ସଂଗଠନ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ତଥା ପୁତୁରା ଅଖିଲେଶ ଯାଦବଙ୍କ ଠାରୁ ଅଲଗା ହୋଇଯାଇଥିବା ଦାଦା ଶିବପାଲ ସିଂହ ଯାଦବ ଏବେ ମନ ବଦଳାଇବାର ସଙ୍କେତ ଦେଇଛନ୍ତି। ସେ ଅଖିଲେଶଙ୍କ ଠାରୁ ଅଲଗା ହୋଇ ଶିବପାଲ ସିଂହ ଯାଦବ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଲୋହିଆ ଗଠନ କରିଥିଲେ।

ଆହୁରି ପଢ଼ନ୍ତୁ

ହେଲେ ଏବେ ସେ ଅଖିଲେଶଙ୍କ ନିକଟତର ହେବାରେ ଲାଗିଛନ୍ତି। ଏପରି କି ସେ ଅଖିଲେଶଙ୍କ ସହ ମିଶି ନୂଆ ରାଜନୀତିକ ସଂଗଠନ ଗଠନ କରିବା ଦିଗରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଶିବପାଲ ବିଦ୍ରୋହ ଘୋଷଣା କରିବାରୁ ତାଙ୍କୁ ସମାଜବାଦୀ ପାର୍ଟି ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରାଯାଇଥିଲେ। ହେଲେ ଏହି ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ପିଟିସନକୁ ଅଖିଲେଶ ପ୍ରତ୍ୟାହାର କରିନେଇଛନ୍ତି।

ଏଥିପାଇଁ ଶିବପାଲ ପୁତୁରା ଅଖିଲେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକ ଚଠି ଲେଖି ଶିବପାଲ କହିଛନ୍ତି ଯେ ମୋ ଉପରେ ବିଶ୍ୱାସ ଓ ଭରସା ଦେଖାଇଥିବାକୁ ଧନ୍ୟବାଦ। ଏଭଳି ଏକ ସ୍ପଷ୍ଟ ଓ ସକାରାତ୍ମକ ଆଭିମୁଖ୍ୟ ଆଗକୁ ଏକ ନୂଆ ରାଜନୀତିକ ସଂଗଠନ ଗଠନ କରିବାରେ ସହାୟକ ହେବ। ଏହାର ଅର୍ଥ ସମାଜବାଦୀ ପାର୍ଟିରେ ଅଖିଲେଶଙ୍କ ନେତୃତ୍ୱକୁ ଗ୍ରହଣ କରିବାକୁ ଶିବପାଲ ଏବେ ରାଜି ଥିବା ସ୍ପଷ୍ଟ ସଙ୍କେତ ଦେଇଛନ୍ତି।

[ad_2]
Exit mobile version